29.1 C
Bhubaneswar
Monday, May 6, 2024
Homeଓଡିଶାଏନ୍‌ଆଇଟିରେ ଅନ୍‌ଲାଇନ୍ ପରୀକ୍ଷା

ଏନ୍‌ଆଇଟିରେ ଅନ୍‌ଲାଇନ୍ ପରୀକ୍ଷା

ରାଉରକେଲା : ଅନ୍‌ଲାଇନ୍ ପରୀକ୍ଷା କରିବାକୁ ରାଉରକେଲା ଏନ୍‌ଆଇଟି କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତି । କେବେ ଓ କେଉଁ ସମୟରେ ପରୀକ୍ଷା ହେବ ତାହା ନେଇ ତାରିଖ ଆଉ ଥରେ ପ୍ରକାଶ ପାଇବ ବୋଲି କୁହାଯାଇଛି । ପୂର୍ବରୁ ଅଫ୍‌ଲାଇନ୍ ପରୀକ୍ଷା କରିବା ପାଇଁ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିଲେ ହେଲେ କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କା କରି ଛାତ୍ରଛାତ୍ରୀମାନେ ଏହାକୁ ବିରୋଧ କରିଥିଲେ । ଏହାକୁ ନେଇ ଅସନ୍ତୋଷ ଦେଖାଦେବାରୁ ଏନ୍‌ଆଇଟ୍ କର୍ତ୍ତୃପକ୍ଷ ଅଫ୍‌ଲାଇନ୍ ପରିବର୍ତ୍ତେ ଅନ୍‌ଲାଇନ୍‌ରେ ପରୀକ୍ଷା କରିବେ ବୋଲି ନିଷ୍ପି ନେଇଛନ୍ତି ।
ସୂଚନାଯୋଗ୍ୟ, ଏନ୍‌ଆଇଟ୍ ଛାତ୍ରଛାତ୍ରୀମାନେ ମାର୍ଚ୍ଚ ମାସରୁ ଆସିବା ଆରମ୍ଭ କରିଥିଲେ ।

କାରଣ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ଥିଲା । ଏହାରି ଭିତରେ ୩ଜଣ କରୋନା ପଜିଟିଭ୍ ଚିହ୍ନଟ ହେଲେ । ଏ ଘଟଣା ସମାନାକୁ ଆସିବା ପରେ ଛାତ୍ରଛାତ୍ରମାନେ ଦାବି କରିଥିଲେ ଯେ, ଅନ୍‌ଲାଇନ୍‌ରେ ପରୀକ୍ଷା କରିବା ପାଇଁ । ଶୁକ୍ରବାର ସନ୍ଧ୍ୟା ସମୟରେ ଏ ନେଇ ଆଲୋଚନା ହୋଇଥିଲା । ଏନ୍‌ଆଇଟି କର୍ତ୍ତୃପକ୍ଷ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଯେଉଁ ଆଲୋଚନା ହେଲା, ଶେଷରେ ଧାର୍ଯ୍ୟ ହେଲା ଯେ, ପରୀକ୍ଷା ଅଫ୍‌ଲାଇନ୍ ପରିବର୍ତ୍ତେ ଅନ୍‌ଲାଇନ୍‌ରେ ହେବ ବୋଲି । ହେଲେ ଆଉ ଗୋଟିଏ କଥା, ଗତକିଛି ଦିନ ହେବ ଶୋସିଆଲ୍ ମିଡିଆରେ ଏକ ନୋଟିସ୍ ଘୁରୁବୁଲୁଥିଲା । ସେଥିରେ ଲେଖାଥିଲା ଯେ, ୭ଦିନ ଭିତରେ ହଷ୍ଟେଲ୍ ଖାଲି କରିବାକୁ । କିନ୍ତୁ ଏନ୍‌ଆଇଟି କର୍ତ୍ତୃପକ୍ଷ ଏହାକୁ ଖଣ୍ଡନ କରୁଛନ୍ତି । ବର୍ତ୍ତମାନ ଏନ୍‌ଆଇଟି ପରିସରରେ ଥିବା ଛାତ୍ରଛାତ୍ରୀଙ୍କ ଆଟିଫିସିଆଲ୍ ଟେଷ୍ଟ କରାଯିବ । ଯେହେତୁ ୨ହଜାର ଛାତ୍ରଛାତ୍ରୀ ଏନ୍‌ଆଇଟି ପରିସରରେ ରହିଛନ୍ତି ତାଙ୍କର ଆଟିଫିସିଆଲ୍ ଟେଷ୍ଟ କରାଯିବା ପରେ ତାଙ୍କୁ ଘରକୁ ଛଡ଼ାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking