43 C
Bhubaneswar
Tuesday, April 16, 2024
Homeଓଡିଶାଜଳ ପାଇଁ ଲୋକେ ଡହଳବିକଳ

ଜଳ ପାଇଁ ଲୋକେ ଡହଳବିକଳ

ସୋନପୁର : ସୋନପୁର ସହରରେ ଅସହ୍ୟ ଗ୍ରୀଷ୍ମପ୍ରବାହ ପ୍ରକୋପରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଶୁଖିଲାଣି ଓଡ଼ିଶାର ଜୀବନ ରେଖା ମହାନଦୀ । ପାଣି ପାଇଁ ଡହକବିକଳ ହେଲେଣି ଲୋକେ । ମହାନଦୀରେ ପାଣି ଶୁଖିଯିବାରୁ ସୋନପୁରରେ ଦେଖାଗଲାଣି ପାଣି ସମସ୍ୟା । ସରକାର ଗ୍ରାମାଞ୍ଚଳ ଜନସାଧାରଣଙ୍କୁ ବିଶୁଦ୍ଧ ପାନୀୟଜଳ ଯୋଗାଇବା ଲକ୍ଷ୍ୟରେ ବିଭିନ୍ନ ସ୍ଥାନରେ ପ୍ରକଳ୍ପ ନିର୍ମାଣ କରିଛନ୍ତି । ହେଲେ ରକ୍ଷଣାବେକ୍ଷଣ ଓ ମରାମତି ଅଭାବରୁ ଲୋକେ ଏହାର ସୁଫଳ ପାଉନାହାଁନ୍ତି । ଜିଲ୍ଲାର ବହୁ ପଞ୍ଚାୟତରେ ଏବେଠାରୁ ଜଳ ସମସ୍ୟା ଉତ୍କଟ ହେଲାଣି । ତଥାପି ବିଭାଗ ପକ୍ଷରୁ ମରାମତି କିମ୍ବା ପୁନରୁଦ୍ଧାର ପାଇଁ କୌଣସି ପଦକ୍ଷେପ ନିଆଯାଉ ନାହିଁ । ସରକାର ଯୋଜନା ପରେ ଯୋଜନା ପ୍ରଣୟନ କରି ଚାଲିଛନ୍ତି । ଗାଁ ରୁ ସହର ପର୍ଯ୍ୟନ୍ତ ଜନସାଧାରଣ ଏହି ଯୋଜନାରୁ ସୁବିଧା ପାଇବା ନେଇ ସରକାର ବେଶ ଆଶାବାଦୀ । କିନ୍ତୁ ଯୋଜନା ସମୂହର କାର୍ଯ୍ୟକାରିତାକୁ ଠିକ୍ ରୂପେ କାର୍ଯ୍ୟକାରୀ କରାଯାଉନଥିବା ଅଭିଯୋଗ ହେଉଛି । ଗ୍ରାମାଞ୍ଚଳରେ ସ୍ୱଚ୍ଛ ଓ ବିଶୁଦ୍ଧ ପାନୀୟଜଳ ଯୋଗାଇ ଦେଉଥିବା ଡିଣ୍ଡିମ ପିଟୁଥିବା ବେଳେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଜଳର ଉତ୍କଟ ସମସ୍ୟା ଦେଖିବାକୁ ମିଳୁଛି । କେଉଁଠି ନଲକୂପ ଖରାପ ତ କେଉଁଠି ଗ୍ରାମକୁ ପାଣି ଯୋଗାଣ ଦୁଇ ଦିନରେ ଥରେ ।  ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପ କେବଳ ପମ୍ପ ହାଉସ ଭିତରେ ସୀମିତ ରହିଛି । ପ୍ରକଳ୍ପ ଥିଲେ ବି ସାଧାରଣ ଲୋକମାନେ ପାଇପ ପାଣି ପାଇବାରୁ ବଞ୍ଚିତ ହେଉଛନ୍ତି । ତେବେ ଆଗକୁ ଖରାଦିନ ଥିବାରୁ ଜିଲ୍ଲା ଜଳ ଓ ପରିମଳ ବିଭାଗ ଓ ପିଏଚ୍‌ଡି ବିଭାଗ ସଜାଗ ରହିବା ସହ ଖରାପ ଥିବା ନଳକୂପର ମରାମତି ସହ ପ୍ରତ୍ୟକ ଗ୍ରାମକୁ ଦୈନିକ ଜଳ ଯୋଗଣା କରାଯିବାକୁ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking