30.1 C
Bhubaneswar
Saturday, May 4, 2024
Homeଦେଶ ବିଦେଶବାଲାକୋଟ ଏୟାରଷ୍ଟ୍ରାଇକକୁ ବର୍ଷେ

ବାଲାକୋଟ ଏୟାରଷ୍ଟ୍ରାଇକକୁ ବର୍ଷେ

ନୂଆଦିଲ୍ଲୀ: ବାଲାକୋଟ ଏୟାରଷ୍ଟ୍ରାଇକକୁ ଆଜି ପୂରିଛି ବର୍ଷେ । ୨୦୧୯ ଆଜିର ଦିନରେ ଭାରତ ଇତିହାସରେ ଯୋଡି ହୋଇଯାଇଥିଲା ଆଉ ଏକ ନୂଆ ଅଧ୍ୟାୟ । ଶତ୍ରୁ ମାଟିରେ ପଶି ଆତଙ୍କୀ ଶିବିରକୁ ଉଡାଇଦେଇଥିଲା ଭାରତୀୟ ବାୟୁସେନା । ପୁଲୱାମା ଆକ୍ରମଣର ଜବାବ ଦେବାକୁ ଯାଇ ପାକିସ୍ତାନରେ ଜୋରଦାର ହମଲା କରିଥିଲା ଭାରତ । ଏହି ଅପରେସନର ସାଙ୍କେତିକ ଶବ୍ଦ ରଖା ଯାଇଥିଲା ‘ବନ୍ଦର’ ।
ଏହି ଅବସରରେ ବୁଧବାର ଦିନ ବାୟୁସେନା ମୁଖ୍ୟ ଆରକେଏସ ଭଦୋରିଆ ମିଗ୍-୨୧ ବିମାନ ଉଡାଇଛନ୍ତି । ଏୟାର ଚିଫ୍ ମାର୍ଶାଲ ଭଦୋରିଆ ଆଜି ଶ୍ରୀନଗରର ଏୟାବେସ୍ରେ ୫୧ ସ୍କ୍ୱାର୍ଡନ କମାଣ୍ଡଙ୍ଗି ଅଫିସର ଗ୍ରୁପ୍ କ୍ୟାପ୍ଟେନ୍ ନଜୀରଙ୍କ ସହ ମିରାଜ-୨୦୦୦ ଓ ସୁଖୋଇ-୩୦ ଏମକେଆଇ ବିମାନମାନଙ୍କ ସହ ମିଶନ ପାଇଁ ଉଡାଣ ଭରିଥିଲେ ।

ସୂଚନା ଅନୁସାରେ, ପୁଲୱାମାରେ ହୋଇଥିବା ଆତଙ୍କୀ ଆକ୍ରମଣର ବଦଲା ନେବା ପାଇଁ ବାଲାକୋଟରେ ଏୟାରଷ୍ଟ୍ରାଇକ୍ କରିଥିଲା ଭାରତ । ଗତବର୍ଷ ଫେବୃଆରୀ ୨୬ତାରିଖ ଭୋର ୩ଟା ୩୦ ସମୟରେ ଭାରତୀୟ ବାୟୁସେନାର ମିରାଜ ବିମାନ ପାକିସ୍ତାନର ବାଲାକୋଟ ଯାଇ ଆତଙ୍କବାଦୀ ଗୋଷ୍ଠୀ ଜୈସ-ଇ-ମହମ୍ମଦର କ୍ୟାମ୍ପକୁ ଧ୍ୱଂଶ କରିଥିଲା । ଓ୍ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନ ମଧ୍ୟ ଶ୍ରୀନଗରରୁ ନିଜ ବିମାନ ମିଗ-୨୧ ଉଡାଣ ଭରି ପାକିସ୍ତାନ ବାୟୁସେନାର ଏଫ-୧୬ ବିମାନକୁ ଧ୍ୱଂଶ କରିଥିଲେ ।

ବାଲାକୋଟ ଏୟାର ଷ୍ଟ୍ରାଇକ୍ ଅପରେସନର ଅବଧି ଥିଲା ମାତ୍ର ୯୦ ସେକେଣ୍ଡ । ମାତ୍ର ୯୦ ସେକେଣ୍ଡ ମଧ୍ୟରେ ବାଲାକୋଟ ସ୍ଥିତ ଜୈସ୍-ଇ-ମହମ୍ମଦର ଟ୍ରେନିଂ କ୍ୟାମ୍ପ ଉପରେ ମିରାଜ ୨୦୦୦ ଲଢ଼ୁଆ ବିମାନର ପାଇଲଟମାନେ ଲେଜର ଗାଇଡେଡ୍ ସ୍ପାଇସ୍ ବୋମା ନିକ୍ଷେପ କରି ମିଶନ ପୂରା କରିବା ସହ ନିଜ ଦେଶ ମଧ୍ୟକୁ ନିରାପଦରେ ପ୍ରତ୍ୟାବର୍ତ୍ତନ କରି ଆସିଥିଲେ। ୨୬ ଫେବ୍ରୁଆରିରେ ଭାରତୀୟ ବାୟୁସେନା ପକ୍ଷରୁ କରାଯାଇଥିବା ଏହି ଅପରେସନ୍ ପାଇଁ ବ୍ୟାପକ ପ୍ରସ୍ତୁତି କରାଯିବା ସହ ଏହାକୁ ଅତ୍ୟନ୍ତ ଗୋପନୀୟ କରି ରଖା ଯାଇଥିଲା । ଅପରେସନର ନିର୍ଦ୍ଦିଷ୍ଟ ତାରିଖ ଓ ସମୟ ସଂପର୍କରେ କାହାରି ନିକଟରେ କୌଣସି ପ୍ରକାରର ସାମାନ୍ୟତମ ସୂଚନା ସୁଦ୍ଧା ନଥିଲା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking