28.1 C
Bhubaneswar
Saturday, April 27, 2024
Homeଅପରାଧନାବାଳିକାକୁ ପୋଡ଼ି ହତ୍ୟା ଉଦ୍ୟମ : ଅଭିଯୁକ୍ତ ଗିରଫ

ନାବାଳିକାକୁ ପୋଡ଼ି ହତ୍ୟା ଉଦ୍ୟମ : ଅଭିଯୁକ୍ତ ଗିରଫ

ଫୁଲନଖରା : ଜଣେ ନାବାଳିକାକୁ ପୋଡ଼ି ହତ୍ୟା ଉଦ୍ୟମ କରିବା ଅଭିଯୋଗରେ ସଦର ଥାନା ପୁଲିସ ଜଣେ ଯୁବକକୁ ଗିରଫ କରିଛି । ଘଟଣାରୁ ପ୍ରକାଶ, ସଦର ଥାନା ଅନ୍ତର୍ଗତ ସୁଭଦ୍ରାପୁର ଗ୍ରାମର ଧ୍ରୁବଚରଣ ଦାସଙ୍କ ପୁଅ ଜଗନ୍ନାଥ ଦାସ ଓରଫ ଜଗା ସେହି ଗ୍ରାମର ଜଣେ ନାବାଳିକାକୁ ଏକ ତରଫା ପ୍ରେମ କରୁଥିଲା । ବାରମ୍ବାର ପ୍ରେମ ନିବେଦନ କରି ବିଫଳ ହେବାରୁ ଜଗା ଉତ୍‌କ୍ଷିପ୍ତ ହୋଇ ସମ୍ପୃକ୍ତ ନାବାଳିକାକୁ ଜୀବନରୁ ମାରିଦେବାକୁ ମନସ୍ଥ କରିଥିଲା । ଗତ ୬ ତାରିଖ ଭୋର ସମୟରେ ଜଗା ଏକ ବୋତଲରେ ପେଟ୍ରୋଲ ନେଇ ନାବାଳିକା ଶୋଇଥିବା ଘରେ ପଶି ତା’ ଉପରେ ଢାଳିଦେଇଥିଲା । ଉକ୍ତ ଘରେ ଶୋଇଥିବା ନାବାଳିକାଙ୍କ ଅନ୍ୟ ଦୁଇ ଭଉଣୀ ଜଗାକୁ ବିରୋଧ କରିବାରୁ ସେମାନଙ୍କୁ ସେ ଏକ କାଠ ଫାଳିଆରେ ପ୍ରବଳ ମାଡ଼ ମାରିଥିଲା । ଏହି ସମୟରେ ନାବାଳିକା ଜଣକ ସେଠାରୁ ଖସିଯାଇ ପଡ଼ିଶାଙ୍କ ଘରେ ଲୁଚିଯାଇଥିଲେ । ଖବରପାଇ ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ôଚ ବୋତଲ, ଜ୍ୟାକେଟ୍ ଓ କାଠ ଫାଳିଆକୁ ଜବତ କରିଥିଲା । ଅନ୍ୟପକ୍ଷରେ ଏ ସଂକ୍ରାନ୍ତରେ ଲିଖିତ ଅଭିଯୋଗ ହେବାପରେ ପୁଲିସ ଏକ ମାମଲା ରୁଜୁକରି ଫେରାର ଅଭିଯୁକ୍ତକୁ ଧରିବାକୁ ଉଦ୍ୟମ ଜାରି ରଖିଥିଲା । ଗତକାଲି ସେ ଘରେ ଥିବା ଖବରପାଇ ପୁଲିସ ଜଗାକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking