28.1 C
Bhubaneswar
Saturday, April 27, 2024
Homeଓଡିଶାବାତ୍ୟା ‘ୟାଶ୍‌’ ର ଭୟଙ୍କର ତାଣ୍ଡବ, ୧ ମୃତ

ବାତ୍ୟା ‘ୟାଶ୍‌’ ର ଭୟଙ୍କର ତାଣ୍ଡବ, ୧ ମୃତ

ଆନନ୍ଦପୁର : ବାତ୍ୟା ‘ୟାଶ୍‌’ର ଭୟଙ୍କର ତାଣ୍ଡବ ରାଜ୍ୟରେ ଦେଖିବାକୁ ମିଳିଛି । ବାତ୍ୟାର ପ୍ରଭାବରେ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ବାତ୍ୟା ଲ୍ୟାଣ୍ଡଫଲ କରିବା ପୂର୍ବରୁ ଆଜି ସକାଳୁ ଏହି ଘଟଣା ଘଟିଥିବା ଜଣାପଡ଼ିଛି । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି । ନୂଆଗାଁ ଗ୍ରାମର ଜଣେ ବ୍ୟକ୍ତି ଚାଲି ଚାଲି ଯାଉଥିବା ବେଳେ ହଠାତ୍ ଗୋଟିଏ ଗଛ ତାଙ୍କ ଉପରେ ଭାଙ୍ଗି ପଡ଼ିଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ବ୍ୟକ୍ତି ଜଣକ ପ୍ରାକୃତିକ ବିପତ୍ତିରେ ମୃତ୍ୟୁବରଣ କରିଥିବାରୁ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking