38.1 C
Bhubaneswar
Friday, April 26, 2024
Homeକରୋନାଦିନେ ଲୋକସଭା, ଦିନେ ରାଜ୍ୟସଭା

ଦିନେ ଲୋକସଭା, ଦିନେ ରାଜ୍ୟସଭା

ନୂଆଦିଲ୍ଲୀ: କରୋନା ସଙ୍କଟ ମଧ୍ୟରେ ଖୁବ ଶୀଘ୍ର ସଂସଦ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ସଂସଦର ଅଧିବେଶନ ସେପ୍ଟେମ୍ବରର ଦ୍ୱିତୀୟ ସପ୍ତାହରୁ ଆରମ୍ଭ ହେବ । କୁହାଯାଉଛି ଯେ, ଅଧିବେଶନ ୧୦ ସେପ୍ଟେମ୍ବରରୁ ଆରମ୍ଭ ହୋଇପାରେ । ଦିନେ ଲୋକସଭା ତ ତା’ପର ଦିନ ରାଜ୍ୟସଭା ଚାଲିବ । ଏପରି ଭାବେ ଅଧିବେଶନ ୪ ସପ୍ତାହ ଚାଲିପାରେ ।
ଏହା ସହ ଲୋକସଭାର ସମସ୍ତ ସାଂସଦ ସେଣ୍ଟ୍ରାଲ ହଲରେ ବସିବେ । ଅନ୍ୟପଟେ ରାଜ୍ୟସଭା ସାଂସଦମାନେ ଲୋକସଭା ଓ ରାଜ୍ୟସଭାରେ ବସିବେ । ସମସ୍ତ ସାଂସଦମାନଙ୍କ ପାଇଁ ଆରୋଗ୍ୟ ସେତୁ ଆପ୍ ବାଧ୍ୟତାମୂଳକ ହୋଇଥିବା ବେଳେ ସ୍କ୍ରିନିଂ ଓ ସାନିଟାଇଜେସନର ବ୍ୟବସ୍ଥା ସର୍ବତ୍ର ରହିବ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking