28.1 C
Bhubaneswar
Friday, March 29, 2024
Homeମନୋରଞ୍ଜନଅଭିନେତା ସୁଶାନ୍ତଙ୍କ ମୃତ୍ୟୁ ମାମଲା, ସିବିଆଇକୁ ଦସ୍ତାବିଜ ହସ୍ତାନ୍ତର

ଅଭିନେତା ସୁଶାନ୍ତଙ୍କ ମୃତ୍ୟୁ ମାମଲା, ସିବିଆଇକୁ ଦସ୍ତାବିଜ ହସ୍ତାନ୍ତର

ନୂଆଦିଲ୍ଲୀ: ବଲିଉଡ଼ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ଅନେକ ଦିନ ବିତିଗଲାଣି । କିନ୍ତୁ ଏପର୍ଯ୍ୟନ୍ତ ଏହା ଆତ୍ମହତ୍ୟା ନା ତାଙ୍କ ମୃତ୍ୟୁ ପଛରେ ଆଉ କିଛି ରହସ୍ୟ ରହିଛି ତାହା ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ । ତେଣୁ ଏହି ମାମଲାର ଶୀର୍ଷରେ ପହଞ୍ଚିବା ପାଇଁ ସୁପ୍ରିମକୋର୍ଟ ଗତ ୧୯ ତାରିଖ ଦିନ ଏହି ମାମଲାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ତେଣୁ ସିବିଆଇକୁ ଜରୁରୀ ଦସ୍ତାବିଜ ହସ୍ତାନର କରିଛି ବାନ୍ଦ୍ରା ପୋଲିସ । ଶବ ବ୍ୟବଚ୍ଛେଦ ରିପୋର୍ଟ, ଫୋରେନସିକ ରିପୋର୍ଟ, ଭିସେରା ରିପୋର୍ଟ, ଅଟୋସ୍ପି, ସିସିଟିଭି ଫୁଟେଜ ହସ୍ତାନ୍ତର କରାଯାଇଛି । ସେହିପରି ୫୬ ସାଷୀଙ୍କ ବୟାନ ରିପୋର୍ଟ, ମୃତ୍ୟୁ ସମୟରେ ପିନ୍ଧିଥିବା କପଡ଼ା, ପଞ୍ଚନାମା, ଜୁସର ମଗ୍, ପ୍ଲେଟ, ଫାଶୀରେ ବ୍ୟବହୃତ କପଡ଼ାକୁ ହସ୍ତାନ୍ତର କରାଯାଇଛି ।
ଅନ୍ୟପଟେ ସାମୁଏଲ ମିରାଣ୍ଡାଙ୍କୁ ପଚରାଉଚରା କରିବ ସିବିଆଇ । ସାମୁଏଲ ସୁଶାନ୍ତଙ୍କ ହାଉସ ମ୍ୟାନେଜର ଥିଲେ । ଏହାସହ ତାଲା ଖୋଲିଥିବା ବ୍ୟକ୍ତିଙ୍କୁ ମଧ୍ୟ ପଚରାଉଚରା ପାଇଁ ମଧ୍ୟ ଡକାଯାଇଛି ।
ଏହାସହ ଗତ ୧୯ତାରିଖ ଦିନ ରିୟାଙ୍କ ଆବେଦନକୁ ଖାରଜ କରିଥିଲେ ସୁପ୍ରିମକୋର୍ଟ । ପାଟନାରୁ ମୁମ୍ବାଇକୁ ଏହି ମାମଲା ସ୍ଥାନାନ୍ତର ପାଇଁ ଆବେଦନ କରିଥିଲେ ରିୟା ।ଏହାସହ ବିହାର ସରକାର କରିଥିବା ଆବେଦନ ସଠିକ୍ ଓ ବିହାର ସରକାରଙ୍କ ତଦନ୍ତ ଅଧିକାର ରହିଛି ବୋଲି ସୁପ୍ରିମକୋର୍ଟ କହିିଥିଲେ । ସମସ୍ତ କାଗଜପତ୍ର ସିବିଆଇକୁ ଦେବାକୁ ମୁମ୍ବାଇ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଥିଲା । ସୁଶାନ୍ତଙ୍କ ମୃତ୍ୟୁ ମାମଲାର ତଦନ୍ତରେ ମହାରାଷ୍ଟ୍ର ସରକାରଙ୍କୁ ମଧ୍ୟ ସହଯୋଗ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking