27.1 C
Bhubaneswar
Friday, May 10, 2024
Homeକାରଗିଲ ବିଜୟ ଦିବସ-୨୦୨୩କାର୍ଗିଲ ବିଜୟ ଦିବସ, ଭାରତୀୟ ଯବାନଙ୍କ ପରାକ୍ରମକୁ ମନେ ପକାଉଛି ସାରା ଦେଶ

କାର୍ଗିଲ ବିଜୟ ଦିବସ, ଭାରତୀୟ ଯବାନଙ୍କ ପରାକ୍ରମକୁ ମନେ ପକାଉଛି ସାରା ଦେଶ

ନୂଆଦିଲ୍ଲୀ: ଜୁଲାଇ ୨୬ ତାରିଖ, ଭାରତୀୟ ଇତିହାସରେ ଏକ ସ୍ମରଣୀୟ ଦିନ। କାର୍ଗିଲ ବିଜୟ ଦିବସ। ଭାରତୀୟ ଯବାନ ମାନେ ଏହି ଦିନ ନିଜ ବୀରତ୍ୱ ଓ ସାହାସର ନିଦର୍ଶନ ପ୍ରଦର୍ଶନ କରିଥିଲେ। ୧୯୯୯ ମସିହା ମେ ମାସରୁ ଯୁଦ୍ଧ ଆରମ୍ଭ ହୋଇଥିବା ବେଳେ ଜୁଲାଇ ୨୬ ତାରିଖରେ କାର୍ଗିଲ ଘାଟିକୁ ନିଜ ଅକ୍ତିଆରକୁ ନେଇଥିଲେ ଭାରତୀୟ ଯବାନ। ତେବେ କାର୍ଗିଲ ବିଜୟ ଦିବସରେ ସହିଦ ହୋଇଥିବା ଯବାନଙ୍କୁ ସଲାମ ଜଣାଇବା ପାଇଁ ଏହା ଏକ ସ୍ମରଣୀୟ ଦିନ।ଯୁଦ୍ଧରେ ଭାରତର ୫୨୭ ଯବାନ ସହିଦ ହୋଇଥିଲେ । ୧୩ ଶହରୁ ଅଧିକ ଯବାନ ଆହତ ହୋଇଥିଲେ। ତେବେ ସହିଦଙ୍କ ଭିତରେ ଥିଲେ ୧୩ ଜଣ ଓଡ଼ିଆ। ଆମେ ସମସ୍ତେ ଯଦି ଆଜି ଭଲରେ ବଞ୍ଚିପରିଛେ ଓ ଖୁସିରେ ଘରେ ରହିପରିଛେ ତାହା କେବଳ ସମ୍ଭବ ହୋଇଛି ଆମର ଭାରତୀୟ ସେନାଙ୍କ ପାଇଁ । ଆଜି ସେହି ବୀର ସହିଦଙ୍କୁ ମନେ ପକାଇ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଦେଉଛି ସାରା ଦେଶ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking