37.1 C
Bhubaneswar
Monday, May 20, 2024
Homeଦେଶ ବିଦେଶରାୟପୁରରେ ନଗ୍ନ ବିରୋଧ ପ୍ରଦର୍ଶନ,ଦେଖନ୍ତୁ  ଭିଡିଓ....

ରାୟପୁରରେ ନଗ୍ନ ବିରୋଧ ପ୍ରଦର୍ଶନ,ଦେଖନ୍ତୁ  ଭିଡିଓ….

ଛତିଶଗଡ: ଗତ କିଛିଦିନ ହେବ ଛତିଶଗଡ ରାଜ୍ୟରେ ଚାଲିଛି ବିଧାନସଭା ଅଧିବେଶନ । ରାଜ୍ୟସଭାରେ ସରକାରୀ ଚାକିରୀରେ ନକଲି ଜାତି ପ୍ରମାଣପତ୍ର ପ୍ରସଙ୍ଗ ବେଶ କିଛିଦିନ ହେବ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଏହି ପ୍ରସଙ୍ଗକୁ ଦୃଷ୍ଟିରେ ରଖି ଯୁବକମାନେ ରାସ୍ତାରେ ନଗ୍ନ ବିରୋଧ ପ୍ରଦର୍ଶନ କରିଛନ୍ତି । ଯଦିଓ ନକଲି ଜାତି ପ୍ରମାଣପତ୍ର ଉପରେ କାର୍ଯ୍ୟ କରିବାର ଦାବି ନୁହେଁ, ତଥାପି ରାଜ୍ୟରେ ପ୍ରଥମଥର ପାଇଁ ଏଭଳି ନଗ୍ନ ବିରୋଧ ପ୍ରଦର୍ଶନ କରାଯାଇଥିଲା । ଯୁବକମାନେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ସମୟରେ ସେମାନଙ୍କ ହାତେ ର ପ୍ଲାକାର୍ଡ ଧରି ବିକ୍ଷୋଭ ପ୍ରଦର୍ଶନ କରୁଥିବା ସମୟରେ ସେମାନଙ୍କ ଦେହରେ କିନ୍ତୁ କୌଣସି ବସ୍ତ୍ର ନଥିଲା ।

ଯୁବକମାନଙ୍କ ଅଭିଯୋଗ କ୍ରମେ ନକଲି ଜାତି ପ୍ରମାଣପତ୍ର ମାଧ୍ୟମରେ ପାଇଥିବା ସରକାରୀ ଚାକିରିଆ ବାବୁଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା । ବିକ୍ଷୋଭକାରୀଙ୍କ ପ୍ରଦର୍ଶନ ଏପରି ଥିଲା ଯେ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବହୁ ଭିଆଇପିମାନଙ୍କ ଗାଡିକୁ ମଧ୍ୟ ଅଟକାଇ ସେମାନଙ୍କ ଗାଡି ଆଗରେ ଦୌଡି ବିକ୍ଷୋଭ ପ୍ରଦର୍ଶନ କରୁଥିଲେ ଯାହା ମାଧ୍ୟମରେ ସେମାନେ ସହଜରେ ଅନ୍ୟମାନଙ୍କ ଦୃଷ୍ଟି ଆର୍କଷଣ କରିପାରିବେ । ଯୁବକମାନେ ଭିଆଇପିମାନଙ୍କ ଗାଡିକୁ ଅନୁସରଣ କରି ନଗ୍ନ ଅବସ୍ଥାରେ ସେମାନେ ବିଧାନସଭା ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ମଧ୍ୟ ଦେଖାଯାଉଥିଲା । ଗତକିଛିଦିନ ହେବ ଛତିଶଗଡରେ ସରକାରୀ ଚାକିରି ପାଇବା ପାଇଁ ବ୍ୟବହୃତ ନକଲି ଜାତି ପ୍ରମାଣପତ୍ର ପ୍ରସଙ୍ଗ କିଛିଦିନ ହେବ ବିଭିନ୍ନ ଗଣମାଧ୍ୟମରେ ନଜର ଆସିଛି ।

୨୦୨୧ ମସିହାରେ ଏକ ପିଡବ୍ଲୁଡି କାର୍ଯ୍ୟନିର୍ବାହି ଇଞ୍ଜିନିୟରଙ୍କ ଏକ ନକଲି ଜାତି ଏବଂ ଅନୁସୂଚିତ ଜନଜାତି ପ୍ରମାଣପତ୍ର ଦେଇ ଚାକିରି କରିଥିଲେ, ଏବଂ ପର ମୁହୃର୍ତ୍ତରେ ସଠିକ ପ୍ରମାଣପତ୍ର ପାଇବା ପରେ ତାଙ୍କୁ ନିଲମ୍ବନ କରାଯାଇଥିଲା । ସରକାରୀ ଚାକିରି ପାଇବା ପାଇଁ ପ୍ରାର୍ଥୀମାନେ ବ୍ୟବହାର କରୁଥିବା ନକଲି ଜାତି ପ୍ରମାଣପତ୍ର ବିରୋଧରେ ଯେଉଁମାନେ ବିରୋଧ କରୁଛନ୍ତି ସେମାନେ ଅଭିଯୋଗ କରିଛନ୍ତି ଯେ ବାରମ୍ବାର ଦାବି ସତ୍ତ୍ୱେ ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ଫଳରେ ଉପଯୁକ୍ତ ପ୍ରାର୍ଥୀ ସରକାରୀ ଚାକିରିରୁ ବଞ୍ଚିତ ହେଉଛନ୍ତି । ନକଲି ଜାତି ପ୍ରମାଣପତ୍ର ଥିବା ବ୍ୟକ୍ତିମାନେ ଏହି ଚାକିରିରେ ଯୋଗ୍ୟତାକୁ ଉପଭୋଗ କରନ୍ତି ଏବଂ ତଥାପି ରାଜ୍ୟ କର୍ମଚାରୀଙ୍କ ଏପରି କର୍ମଚାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସିଧା ସିଧା ମନାକରି ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking