24.1 C
Bhubaneswar
Thursday, May 9, 2024
Homeକାରଗିଲ ବିଜୟ ଦିବସ-୨୦୨୩କାର୍ଗିଲ ବିଜୟକୁ ପୂରିଲା ୨୩ ବର୍ଷ:ବୀର ସହିଦଙ୍କୁ ଦେଶ ଜଣାଉଛି ସମ୍ମାନ

କାର୍ଗିଲ ବିଜୟକୁ ପୂରିଲା ୨୩ ବର୍ଷ:ବୀର ସହିଦଙ୍କୁ ଦେଶ ଜଣାଉଛି ସମ୍ମାନ

ନୂଆଦିଲ୍ଲୀ:ଆଜି କାର୍ଗିଲ ବିଜୟ ଦିବସ । କାର୍ଗିଲ ବିଜୟକୁ ପୁରିଲା ୨୧ ବର୍ଷ । ୧୯୯୯ ଜୁଲାଇ ମାସର ଆଜିର ଦିନରେ ଭାରତୀୟ ସେନାର ହିମାଳୟର ଉଚ୍ଚ ଘାଟିର ଲଢେଇରେ ପାକିସ୍ତାନକୁ ପାନେ ଚଖେଇଥିଲା । ଯାହା ଇତିହାସରେ ଚିରକାଳ ଲେଖା ହୋଇ ରହିବ । ଏହି ବିଜୟ ସହିତ ହିମାଳୟର ଉଚ୍ଚ ପାହାଡରେ ପୁଣି ଉଡିଥିଲା ତ୍ରିରଙ୍ଗା । ପାକିସ୍ତାନୀ ଅନୁପ୍ରବେଶକାରୀ ଭାରତର ସୀମାରେ ପଶି ଦଖଲ କରିଥିବା ସମସ୍ତ ଘାଟିକୁ ପୁଣି ଥରେ ମୁକ୍ତ କରିଥିଲା ଭାରତୀୟ ସେନା । ଷାଠିଏ ଦିନ ଯାଏଁ ଚାଲିଥିଲା କାର୍ଗିଲ ଯୁଦ୍ଧର ଲଢେଇ । କାରଗିଲ ଯୁଦ୍ଧ ଥିଲା ଭାରତ ଓ ପାକିସ୍ତାନ ମଧ୍ୟରେ ଚତୁର୍ଥ ଘୋଷିତ ଯୁଦ୍ଧ । ଏହି ଯୁଦ୍ଧରେ ସହିଦ ହୋଇଥିଲେ ୫୨୭ ଜଣ ଯବାନ । ଆଜି କାର୍ଗିଲ ବିଜୟ ଦିବସକୁ ଦେଶର ବିଭିନ୍ନ ସ୍ଥାନରେ ପାଳନ କରାଯାଉଛି ।
ଏହି କ୍ରମରେ ଜାମ୍ମୁ କାଶ୍ମୀରର ଦ୍ରାସ୍ ସେକ୍ଟରରେ ଭାରତୀୟ ସେନା ପାଳନ କରୁଛି କାର୍ଗିଲ୍ ବିଜୟ ଦିବସ । ସହିଦ ଜବାନଙ୍କ ପରିବାର ସହ ଭାରତୀୟ ସେନାର ସାହସିକତା ଓ ବଳିଦାନର ସ୍ମୃତିକୁ ତାଜା କରିଛି ସେନା । ୧୯୯୯ ଯୁଦ୍ଧ ଲଢିଥିବା ସେନା ସେହି ଦିନର ଯୁଦ୍ଧର ଭୟଙ୍କର ସ୍ଥିତି ଓ ଭାରତୀୟ ଯବାନଙ୍କ ବଳିଦାନକୁ ମନେ ପକାଇଛନ୍ତି । ସହିଦଙ୍କ ସାହସିକତା ଓ ଦେଶପାଇଁ ବଳିଦାନକୁ ମନେ ପକାଇ ବେଶ୍ ଗର୍ବିତ ଅନୁଭବ କରୁଥିବା କହିଛନ୍ତି । ଆଜି ଦିଲ୍ଲୀ ଇଣ୍ଡିଆ ଗେଟ୍ ନିକଟରେ ଅମର ଜ୍ୟୋତି ଠାରେ ବୀର ଜବାନଙ୍କୁ ଶ୍ରଦ୍ଧାଂଜଳି ଦେବ ଦେଶ । ଦିଲ୍ଲୀର ୱାର ମୋମୋରିଆଲ୍ ରେ ସହିଦ ଜବାନଙ୍କ ସ୍ମୃତି ସ୍ତମ୍ଭରେ କରାଯିବ ମାଲ୍ୟାର୍ପଣ । କରୋନା କଟକଣା ଭିତରେ କାର୍ଗିଲ ଯୁଦ୍ଧର ସହିଦ ଜବାନଙ୍କ ସ୍ମୃତିରେ ଦେଶର ବିଭିନ୍ନ ସ୍ଥାନରେ ସ୍ମୃତିଚାରଣ କାର‌୍ୟ୍ୟକ୍ରମ ଆୟୋଜନ ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking