39.6 C
Bhubaneswar
Saturday, June 13, 2026
Homeଓଡିଶାପୁରୀ ବେଳାଭୂମିରେ ଅଲିଭ ରିଡଲେ କଇଁଛଙ୍କ ଅଣ୍ଡାଦାନ

ପୁରୀ ବେଳାଭୂମିରେ ଅଲିଭ ରିଡଲେ କଇଁଛଙ୍କ ଅଣ୍ଡାଦାନ

ପୁରୀ: ଜନଗହଳି ପୂର୍ଣ୍ଣ ବେଳାଭୂମିରେ ଅଣ୍ଡା ଦେଲେ ଅଲିଭ ରିଡଲେ କଇଁଛ। ପ୍ରଥମଥର ପାଇଁ ପୁରୀ ସହର ଭିତରେ ଜନଗହଳି ପୂର୍ଣ୍ଣ ବେଳାଭୂମିରେ ଅଣ୍ଡା ଦେଇଛନ୍ତି କଇଁଛ। ପୁରୀ ବ୍ଲୁ-ଫ୍ଲାଗ୍ ବିଚରେ ଅଣ୍ଡାଦାନ କରିଛନ୍ତି। ପ୍ରାୟ ୧୧୪ଟି ଅଣ୍ଡାକୁ କର୍ମଚାରୀ ମାନେ ଜଗି ରହିଛନ୍ତି। ଆଜି ବନ ବିଭାଗକୁ ହସ୍ତାନ୍ତର କରାଯିବ। ପୁରୀ ସମୁଦ୍ରକୂଳରେ ଦେବୀ ମୁହାଣରୁ ପୁରୀ ପର୍ଯ୍ୟନ୍ତ ୧୪ଟି ଅସ୍ଥାୟୀ କଇଁଛ ସୁରକ୍ଷା ଶିବିର ହୋଇଛି। ଯେଉଁଠି କଇଁଛ ସୁରକ୍ଷିତ, ସେଠାରେ ଅଣ୍ଡାଦେବପାଇଁ ବନ ବିଭାଗ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକ ବର୍ଷ ପୁରୀ ବେଳାଭୂମିରେ ଅଣ୍ଡାଦାନ କମୁଥିବା ଅଭିଯୋଗ ହେଉଥିବା ବେଳେ ସମ୍ପୃକ୍ତ ହାଚେରି ଗୁଡ଼ିକ ସୁରକ୍ଷିତ ନୁହେଁ ବୋଲି ଅଭିଯୋଗ ହେଉଛି। ସେଥିପାଇଁ ହାଚେରି ଛଡ଼ା ସେମାନେ ଅନ୍ୟତ୍ର ଅଣ୍ଡାଦାନ କରୁଥିବା ପରିବେଶବିତ୍ ମତ ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking