ନୂଆଦିଲ୍ଲୀ: ଆସାମରେ ବାୟୁସେନା ବିମାନ ଦୁର୍ଘଟଣାରେ ୫ ମୃତ । ଆସାମର ଜୋରହାଟ ଏୟାରବେସରେ କ୍ରାସ ହୋଇଥିଲା ଏଏନ- ୩୨ ଏୟାରକ୍ରାଫ୍ଟ । ଅବତରଣ ବେଳେ ବିମାନରେ ନିଆଁ ଲାଗିଥିଲା । ଏହା ପରେ ତୁରନ୍ତ ଜରୁରୀକାଳୀନ ପ୍ରତିକ୍ରିୟା ପାଇଁ ପ୍ରମ୍ପଟିଂ କରାଯାଇଥିଲା । ପ୍ରଥମେ ଏହି ଘଟଣାରେ କାହାର ମୃତାହତ ଏବଂ କ୍ଷୟକ୍ଷତି ହେବାର ସୂଚନା ମିଳିନଥିବା ଅଧିକାରୀ ଜଣଙ୍କ କହିଥିଲେ । କିନ୍ତୁ ବର୍ତ୍ତମାନ ସମୟରେ ଯାହା କୁହାଯାଉଛି, ଏହି ଅଘଟଣରେ ପାଞ୍ଚ ଜଣ ବାୟୁ ସେନା ଅଧିକାରୀ ପ୍ରାଣ ହରାଇଛନ୍ତି । ବର୍ତ୍ତମାନ ତଦନ୍ତ ଚାଲିଛି । ବିମାନ ଦୁର୍ଘଟଣା ପରେ ଭାରତୀୟ ବାୟୁ ସେନା ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇଛି । ଏଥିରେ କୁହାଯାଇଛି ଯେ, ଆଜି ଜୋରହାଟରେ ଏନ-୩୨ ବିମାନ ଦୁର୍ଘଟଣାରେ ଶିକାର ହୋଇଛି । ଘଟଣା ବିଷୟରେ ସବୁ ତଥ୍ୟ ମିଳିବା ପରେ ସୂଚନା ଦିଆଯିବ । ତେବେ ବିମାନଟିରେ ନିଆଁ କିପରି ଲାଗିଲା ତାହାର ତଦନ୍ତ ଜାରି ରହିଥିବା ବେଳେ ଘଟଣାସ୍ଥଳରେ ଅଧିକାରୀମାନେ ପହଞ୍ଚି ସବୁ ଦିଗରୁ ଯାଞ୍ଚ କାର୍ଯ୍ୟ ଆରମ୍ଭ କରୁଛନ୍ତି ।










