କଟକ: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ମୃତ୍ୟୁ ମାମଲାରେ ଡିସିପି ହୃଷିକେଶ ଖିଲାରୀ ପ୍ରତିକ୍ରିୟା ରଖି କହିଛନ୍ତି , ଭୀମସେନଙ୍କ ପାଇଁ ଚନ୍ଦ୍ରିକାଙ୍କ ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ତଥ୍ୟ ମିଳିଛି । ଲାପଟପ. ଟାବଲେଟ ଜବତ ହୋଇଛି । ହ୍ୱାଟସାପ ତଥ୍ୟ ବି ମିଳିଛି । ମୃତ୍ୟୁ ପୂର୍ବରୁ ଚନ୍ଦ୍ରିକା ଭୀମସେନଙ୍କୁ ଫୋନ କରିଥିଲେ , କିନ୍ତୁ ସେ ଫୋନ ଉଠାଇନଥିଲେ । ଅନ୍ୟ ଜଣଙ୍କ ନମ୍ବରରୁ ବି ଚନ୍ଦ୍ରିକା କଲ କରିଥିଲେ , କିନ୍ତୁ ତାହା ବି ଉଠାଇ ନଥିଲେ । ଆବଶ୍ୟକ ହେଲେ ଭୀମସେନଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରିବୁ ।










