37.4 C
Bhubaneswar
Saturday, June 13, 2026
Homeଓଡିଶାଶୀତଳଷଷ୍ଠୀ ପାଇଁ ସଜେଇ ହେଉଛି ସମ୍ବଲପୁର

ଶୀତଳଷଷ୍ଠୀ ପାଇଁ ସଜେଇ ହେଉଛି ସମ୍ବଲପୁର

ସମ୍ବଲପୁର: ୩ ଦିନ ପରେ ଆରମ୍ଭ ହେବାକୁ ଯାଉଛି ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା । ଦେବ ଦେବ ମହାଦେବ ଓ ମାତା ପାର୍ବତୀଙ୍କ ଏହି ମାନବୀୟ ଲୀଳାଖେଳାର ଦୃଶ୍ୟ ଉପଭୋଗ କରିବାକୁ ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ହେବା ଯାତ୍ରା ପାଇଁ ଶୀତଳଷଷ୍ଠୀ ଅବସରରେ ସମ୍ବଲପୁର ସହରରେ ୭ ହଜାର କଳାକାରଙ୍କ ମହାକୁମ୍ଭ ଅନୁଷ୍ଠିତ ହେବ । ନନ୍ଦପଡା, ମୁଦିପଡା, ଓ ଝାଡୁଆପଡାକୁ ନେଇ ଗଠିତ ମିଳିତ ସମନ୍ୱୟ ସମିତି ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା କରାଯାଇଛି । କେବଳ ସେତିକି ନୁହେଁ, ବରଂ ଏହି ୩ଟି ପଡା ପକ୍ଷରୁ ଚଳିତ ବର୍ଷର ଯାତ୍ରା ପାଇଁ ୨ କୋଟି ୨୫ ଲକ୍ଷରୁ ଅଧିକ ଟଙ୍କାର ବ୍ୟୟ ଅଟ୍ଟକଳ ମଧ୍ୟ କରାଯାଇଛି । ଚଳିତ ବର୍ଷ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ପ୍ରଚେଷ୍ଟାରେ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ ୧ କୋଟି ୮ ଲକ୍ଷ ଟଙ୍କାର ଅନୁଦାନ ପ୍ରଦାନ କରାଯାଇସାରିଲାଣି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking