31.9 C
Bhubaneswar
Wednesday, June 10, 2026
Homeଓଡିଶାପ୍ରଶ୍ନପତ୍ର ଲିକ କରି ଛାତ୍ର ଓ ଦେଶର ଭବିଷ୍ୟତ ଅନ୍ଧାର କରୁଥିବା ଲୋକ ପ୍ରକୃତ ଦେଶଦ୍ରୋହୀ...

ପ୍ରଶ୍ନପତ୍ର ଲିକ କରି ଛାତ୍ର ଓ ଦେଶର ଭବିଷ୍ୟତ ଅନ୍ଧାର କରୁଥିବା ଲୋକ ପ୍ରକୃତ ଦେଶଦ୍ରୋହୀ : କହେଁୟା

ଶିକ୍ଷାମନ୍ତ୍ରୀଙ୍କ ଘରକୁ ଆସି ଆକ୍ରୋଶ ଜାହିର କରିଛୁ, ଲଜ୍ୟାଥିଲେ ଇସ୍ତଫା ଦେବେ
ଇସ୍ତଫା ନେଦେବା ପର୍ଯ୍ୟନ୍ତ ସଡ଼କଠାରୁ ସଂସଦ ପର୍ଯ୍ୟନ୍ତ ଲଢେଇ ହେବ

ଆଜି ସମ୍ବଲପୁର ଠାରେ ନିଟ ପ୍ରଶ୍ନପତ୍ର ଲିକ ଓ ସିବିଏସସି ମୂଲ୍ୟାୟନ ବିଭ୍ରାଟକୁ ନେଇ ଏନଏସୟୁଆଇ ତରଫରୁ ମହା ଆକ୍ରୋଶ ସମାବେଶ ଆୟୋଜନ କରା ଯାଇଥିଲା l ଏହି ସମାବେଶରେ ଏନଏସୟୁଆଇର ଜାତୀୟ ପ୍ରଭାରୀ କହେଁୟl କୁମାର ଓ ସଭାପତି ବିନୋଦ ଜାଖଡ଼ ଯୋଗ ଦେଇଥିଲେ l କହେଁୟା କୁମାର ବିନୋଦ ଝାକଡ଼ ଓ ପିସିସି ସଭାପତି ଭକ୍ତଚରଣ ଦାସଙ୍କୁ ଏକ ସୁସଜ୍ଜିତ ଖୋଲା ଜୀପ ତଥା ଏକ ବିଶାଳ ବାଇକ ରେଲି ଯୋଗେ ଅଇଁଠାପାଲି ଛକଠାରୁ ସଭାସ୍ଥଳକୁ ହଜାର ହଜାର ଏନଏସୟୁଆଇ ସଦସ୍ୟ ପାଛୋଟି ନେଇଥିଲେ lରାଜଗାଙ୍ଗପୁର ବିଧାୟକ ସିଏସ ରାଜେନ ଏକ୍କାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଛାତ୍ର କଂଗ୍ରେସର ଏହି ବିଶାଳ ଆକ୍ରୋଶ ରାଲିକୁ ଉଦବୋଧନ ଦେଇ ଏନଏସୟୁଆଇ ରାଷ୍ଟ୍ରୀୟ ପ୍ରଭାରୀ କହେଁୟା କୁମାର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କଠୋର ସମାଲୋଚନା କରି କହିଲେ ଯେ, ବିଗତ 12 ବର୍ଷରେ 80 ରୁ ଉର୍ଧ୍ଵଥର ବିଭିନ୍ନ ପ୍ରଶ୍ନପତ୍ର ଲିକ ହେଲାଣି l ଧର୍ମେନ୍ଦ୍ରଙ୍କ ସମୟରେ 2 ଥର ନିଟ ପ୍ରଶ୍ନ ଲିକ ହେଲାଣି l ତେଣୁ ଧର୍ମେନ୍ଦ୍ର ପ୍ରଧାନ ଜନତାଙ୍କ ସାମ୍ନାକୁ ଆସି ଦୋଷ ସ୍ୱୀକାର କରନ୍ତୁ l ଆପଣଙ୍କ ରାଜ୍ୟ ଓ ସମ୍ବଲପୁରକୁ ଲଜ୍ୟାରୁ ବଞ୍ଚାନ୍ତୁ l ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏଵେ ଲିକ ପ୍ରଧାନ ଭାବେ ଲୋକ ଜାଣିଲେଣି l ସାମାନ୍ୟ ଯଦି ଟିକିଏ ଲଜ୍ୟାବୋଧ ଥାଏ ତେବେ କୁହନ୍ତୁ ମୁଁ ଶିକ୍ଷା ବିଭାଗ ଚଳାଇବା ପାଇଁ ଅସମର୍ଥ ଓ ଇସ୍ତଫା ଦେଉଛି l ମତେ ଦେଶ ବିରୋଧୀ ବୋଲି ପୋଷ୍ଟର ଲଗାଯାଇଥିବା ଶୁଣିଲି କିନ୍ତୁ ଯେଉଁମାନେ ଲକ୍ଷ ଲକ୍ଷ ଛାତ୍ର ଛାତ୍ରୀଙ୍କ ପ୍ରଶ୍ନପତ୍ର ଲିକ କରି ତାଙ୍କ ଭବିଷ୍ୟତ ଅନ୍ଧାର କରୁଛନ୍ତି ସେମାନେ କିଏ ? ସେମାନଙ୍କୁ ସାହାଯ୍ୟ କରୁଥିବା ବ୍ୟକ୍ତିଙ୍କୁ କଣ କହିବା ? ଯେଉଁମାନେ ଦେଶର ଭବିଷ୍ୟତ ସହ ଖେଳୁଛନ୍ତି ସେମାନେ ହେଉଛନ୍ତି ପ୍ରକୃତ ଦେଶଦ୍ରୋହୀ l ଆଜି ସମସ୍ତ ଭାରତ ଦେଖୁଛି l କଣ ଦେଶର ଭବିଷ୍ୟତକୁ ନଷ୍ଟ କରି ବିଜେପି ହିନ୍ଦୁରାଷ୍ଟ୍ର ତିଆରି କରିବକୁ ଚାଁହୁଛି କି ?

ଆଜି ସମ୍ବଲପୁର, ଶ୍ରୀ ପ୍ରଧାନଙ୍କ ଘରକୁ ଆସି ମୁଁ ମନ୍ତ୍ରୀଙ୍କୁ ଆହ୍ୱାନ ଦେଉଛି ନିଜ ଦୋଷ ସ୍ୱୀକାର କରନ୍ତୁ ଓ ଇସ୍ତଫା ଦିଅନ୍ତୁ l ଇସ୍ତଫା ନ ଦେବା ପର୍ଯ୍ୟନ୍ତ ରାହୁଲ ଗାନ୍ଧୀ ଓ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ମାର୍ଗଦର୍ଶନରେ ଛାତ୍ର କଂଗ୍ରେସ ସଡ଼କରୁ ସଂସଦ ପର୍ଯ୍ୟନ୍ତ ଲଢେଇ ଜାରୀ ରଖିବ lପ୍ରଧାନମନ୍ତ୍ରୀଙ୍କ କଣ ମଜବୁରୀ ଅଛି ଯେ ଏତେ ସବୁ ଲଜ୍ୟାଜନକ ଘଟଣା ଘଟିଲା ପରେ ମଧ୍ୟ ପ୍ରଧାନଙ୍କ ଇସ୍ତଫା ପତ୍ରରେ ଦସ୍ତଖତ କରିପାରୁ ନାହାନ୍ତି lସରକାରଙ୍କ ପ୍ରରୋଚନାରେ ପୋଲିସ କଂଗ୍ରେସ ରାଲି ଓ ସମାବେଶରେ ଅସୁବିଧା ସୃଷ୍ଟି କରିବାକୁ ଉଦ୍ୟମ କରିଛନ୍ତି କିନ୍ତୁ ପୋଲିସଙ୍କ ବିରୋଧରେ କିଛି ନକହିବା ପାଇଁ ନେତୃବୃନ୍ଦଙ୍କୁ ନିବେଦନ କରି ଶ୍ରୀ କୁମାର କହିଲେ ଯେ, ପୋଲିସ ସରକାରଙ୍କ ଚାପରେ ଏଭଳି ବୃଥା ପ୍ରୟାସ କରୁଛି ସିନା କିନ୍ତୁ ହୃଦୟରୁ ଆମକୁ ଶୁଭେଚ୍ଛା ଜ୍ଞାପନ କରୁଛନ୍ତି କାରଣ ସେମାନଙ୍କ ଛୁଆପିଲା ମଧ୍ୟ ସିବିଏସସି ପଡୁଛନ୍ତି ଓ ନିଟ ପରୀକ୍ଷା ଦେଉଛନ୍ତି ତେଣୁ ଏହି ସରକାରଙ୍କ ପ୍ରତି ସେମାନଙ୍କ ମଧ୍ୟ ଆକ୍ରୋଶ ଅଛି l

ଏନଏସୟୁଆଇ ସଭାପତି ବିନୋଦ ଝାଖଡ଼ କହିଲେ, ଦେଶରେ ଛାତ୍ର ସମାଜ ପ୍ରତି ହେଉଥିବା ଅନ୍ୟାୟକୁ ବରଦାସ୍ତ କରାଯିବ ନାହିଁ l ଛାତ୍ର ହେଉଛି ଦେଶର ମେରୁଦଣ୍ଡ ଓ ମେରୁଦଣ୍ଡ ଯଦି ଦୁର୍ବଳ ହେବ ସମ୍ପୂର୍ଣ ଦେଶ ଦୋହଲି ଯିବ l ଆମର ଏକମାତ୍ର ଉଦ୍ଦେଶ୍ୟ ନିକମ୍ମା ଶିକ୍ଷାମନ୍ତ୍ରୀ ଇସ୍ତଫା ପ୍ରଦାନ କରନ୍ତୁ ଏବଂ ସମସ୍ତ ପରୀକ୍ଷା ଓ ମୂଲ୍ୟାୟନର ଢାଞ୍ଚାକୁ ଆମୂଳଚୁଳ ପରିବର୍ତ୍ତନ କରନ୍ତୁ lଆକ୍ରୋଶ ସମାବେଶକୁ ନେତୃତ୍ୱ ଦେଇ ପିସିସି ସଭାପତି ଭକ୍ତ ଚରଣ ଦାସ କହିଲେ ସମ୍ବଲପୁର ହେଉଛି ମା ସମଲେଶ୍ୱରୀଙ୍କ ପବିତ୍ର ପୀଠ, ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମଭୂମି, ଏହି ବୀର ଭୂମିରେ ଆମେ ପାଠ ପଢି ମଣିଷ ହୋଇଛୁ l ବିପ୍ଳବ ଓ ସଂଗ୍ରାମ କରିବା ଶିଖିଛୁ l ପୁଣି ଆଜି ଏହି ବୀର ଭୂମିରେ ବିପ୍ଳବ କରିବାର ସୁଯୋଗ ମିଳିଛି l ବିଜେପି ସରକାର ପ୍ରତ୍ୟେକ ସାମ୍ବିଧାନିକ ଅନୁଷ୍ଠାନକୁ ଆଜି ନଷ୍ଟ କରିବାକୁ ବସିଲାଣି l ଗଣତନ୍ତ୍ର ଆଜି ବିପଦରେ l ବାରମ୍ବାର ପ୍ରଶ୍ନପତ୍ର ଲିକ, ଭୁଲ ମୂଲ୍ୟାୟନ ଆଦି ଘଟିଲେ ସୁଦ୍ଧା ମନ୍ତ୍ରୀ ଇସ୍ତଫା ଦେବାକୁ ନାରାଜ l ଜନତାଙ୍କ ଆକ୍ରୋଶ ହେଉଥିବା ଜାଣି ସୁଦ୍ଧା ନୀରବ ରହୁଛନ୍ତି l କୌଣସି ଉତ୍ତରଦାୟିତ୍ୱ ନାହିଁ l ତେବେ କଂଗ୍ରେସ ଦେଶର ଛାତ୍ରଙ୍କ ଭବିଷ୍ୟତ ପାଇଁ ରାଜ୍ୟର ପ୍ରତ୍ୟେକ ସ୍ଥାନରେ ଅହିଂସାତ୍ମକ ଲଢେଇ କରିବ ବୋଲି ଶ୍ରୀ ଦାସ କହିଥିଲେ l

ଆଜିର ଏହି ଆକ୍ରୋଶ ସମାବେଶକୁ ପିସିସି ଗଣମାଧ୍ୟମ ଅଧ୍ୟକ୍ଷ ଅରବିନ୍ଦ ଦାସ ସଂଚାଳନ କରୁଥିବାବେଳେ କଂଗ୍ରେସ ନେତୃବୃନ୍ଦ ଓ ଛାତ୍ରନେତା ଯୋଗ ଦେଇଥିଲେ l ଓଡିଶା କଂଗ୍ରେସ ପ୍ରଭାରୀ ଜେଟ୍ଟୀ କୁସୁମ କୁମାର, ଓଡିଶା ଛାତ୍ର କଂଗ୍ରେସ ପ୍ରଭାରୀ ଶ୍ରୀ କରନ, ପୂର୍ବତନ ମନ୍ତ୍ରୀ ଅମର ପ୍ରଧାନ, ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ, ବିଧାୟକ ତଥା ପିସିସି ଉପସଭାପତି ସନ୍ତୋଷ ସିଂ ସାଲୁଜା, ପିସିସି ଉପସଭାନେତ୍ରୀ ସଂସ୍କିତା ବେହେରା, ବରିଷ୍ଠ କଂଗ୍ରେସ ନେତା ସୁରେଶ୍ୱର ମିଶ୍ର, ପୂର୍ବତନ ବିଧାୟକ ସାଧୁ ନେପାକ, ପୂର୍ବତନ ବିଧାୟକ ଭାରତ ଭୂଷଣ ବେମାଲ, ପୂର୍ବତନ ବିଧାୟକ ବିନୋଦ ପାତ୍ର, କଂଗ୍ରେସ ନେତା ଘାସିରାମ ମାଝୀ, ନାରୀ ନେତ୍ରୀ ଅମିତା ବିଶ୍ୱାଳ, ପିସିସି ସାମାଜିକ ଗଣମାଧ୍ୟମ ଅଧ୍ୟକ୍ଷ ବିଶ୍ୱଜିତ ମହାନ୍ତି, ଛାତ୍ର କଂଗ୍ରେସ ଜାତୀୟ ମୁଖପାତ୍ର ବିଭୁତି ମହାପାତ୍ର, ସମ୍ବଲପୁର ଜିଲ୍ଲା କଂଗ୍ରେସ ସଭାପତି ଅମିତ ଗୁରୁ,ଦେବଗଡ଼ ଜିଲ୍ଲା କଂଗ୍ରେସ ସଭାପତି ସେମ ହେମ୍ବ୍ରମ, ଝାରସୁଗୁଡା ଜିଲ୍ଲା ସଭାପତି ଜୀବନ ସାର୍ଥକ, ସୁନ୍ଦରଗଡ଼ ଡିସିସି ସଭାପତି ନିର୍ମଳ ନାୟକ, ବଲାଙ୍ଗୀର ଡିସିସି ସଭାପତି ଅନୀଲ ମେହେର, ବରଗଡ଼ ଡିସିସି ସଭାପତି ହରଦିପ ସିଂ, କଳାହାଣ୍ଡି ଡିସିସି ସଭାପତି ଜଳନ୍ଧର ନାଏକ, ଓବିସି ସେଲ ଅଧ୍ୟକ୍ଷ ସରୋଜ ପ୍ରଧାନ, ପୂର୍ବତନ ଓପିସିସି ସଭାପତି ଜୟଶଙ୍କର ମିଶ୍ର, ଯୁବ କଂଗ୍ରେସ କାର୍ଯ୍ୟକାରୀ ସଭାପତି ଗଣେଷ ସାହୁ, ବିଧାୟକ ପାର୍ଥୀ ନିପ୍ପନ ଦାଶ, ବିଧାୟକ ପାର୍ଥୀ ଦିଲ୍ଲୀପ ଦୁରିଆ, ବରିଷ୍ଠ କଂଗ୍ରେସ ନେତା ସୁଧୀର ପଣ୍ଡା, ଜିତେନ୍ଦ୍ର ପ୍ରଧାନ, ଜ୍ଞାନେନ୍ଦ୍ର ଦାସ, ଅଙ୍କିତ ସିଂଘାଇ ତଥା ଅନେକ ବରିଷ୍ଠ କଂଗ୍ରେସ ନେତୃବୃନ୍ଦ ଓ ଛାତ୍ରନେତାଙ୍କ ସହ ହଜାର ହଜାର ଛାତ୍ର କଂଗ୍ରେସ ସଦସ୍ୟ ସାମିଲ ଥିଲେ l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking