32.1 C
Bhubaneswar
Friday, April 26, 2024
Homeଓଡିଶାସେପ୍ଟେମ୍ବର ୬ରୁ ଓଜେଇଇ

ସେପ୍ଟେମ୍ବର ୬ରୁ ଓଜେଇଇ

ଭୁବନେଶ୍ୱର: ସେପ୍ଟେମ୍ବର ୬ ତାରିଖରୁ ଆରମ୍ଭ ହେବ ଓଜେଇଇ । ସେପ୍ଟେମ୍ବର ୬ରୁ ଆରମ୍ଭ ହୋଇ ୧୮ ଯାଏ ଚାଲିବ । ଦୈନିକ ୩ଟି ସିଫ୍ଟରେ ସିବିଟି ମୋଡେ ରେ ପରୀକ୍ଷା ହେବ । ପରୀକ୍ଷା ନେଇ ଓଜେଇଇ ଅଧ୍ୟକ୍ଷ ସୁଦୀପ ଚାନ୍ଦ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ଓଜେଇଇ ପାଇଁ ଆଉ ୯ଟି ପରୀକ୍ଷା କେନ୍ଦ୍ର ପ୍ରସ୍ତୁତ କରିଛନ୍ତି ସରକାର । ଏଥିସହ ରାଜ୍ୟ ବାହାରେ ପାଟନା, ରାଞ୍ଚି ଏବଂ କୋଲକାତାରେ ମଧ୍ୟ ପରୀକ୍ଷା କେନ୍ଦ୍ର ହେବ । ରାଜ୍ୟ ଭିତରେ ହୋଇଥିବା ଅଧିକ ୯ଟି କେନ୍ଦ୍ର ହେଲା ଭବାନୀପାଟଣା, ବୌଦ୍ଧ, ଦେଓଗଡ଼, କେନ୍ଦ୍ରାପଡା, ମାଲକାନଗିରି, ନବରଙ୍ଗପୁର, ନୂଆପଡା, ପୁରୀ ଏବଂ ସୋନପୁରରେ ପରୀକ୍ଷା ହେବ ।

ସେହିଭଳି ଫର୍ମପୂରଣ ଏବଂ ଫର୍ମରେ ସଂଶୋଧନ ପାଇଁ ଅବଧିକୁ ଘୁଞ୍ଚାଯାଇଛି । ରାଜ୍ୟ ସରକାରଙ୍କର ନିଷ୍ପତ୍ତି ଅନୁଯାୟୀ ଏବେ ୩୦ଟି ଯାକ ଜିଲ୍ଲାରେ ଓଜେଇଇ ପରୀକ୍ଷା ଅନୁଷ୍ଠିତ ହେବ । କୋଭିଡ କଟକଣା ପାଇଁ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking