29.1 C
Bhubaneswar
Saturday, April 27, 2024
Homeଓଡିଶାକମିଲା ପେଟ୍ରୋଲ ଡିଜେଲ୍ ଦର୍‌

କମିଲା ପେଟ୍ରୋଲ ଡିଜେଲ୍ ଦର୍‌

ଭୁବନେଶ୍ୱର : ଶନିବାର ବୃଦ୍ଧି ପରେ ରବିବାର ଦେଶରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ହ୍ରାସ ଘଟିଛି। ଏଥିଯୋଗୁ ପେଟ୍ରୋଲ ମୂଲ୍ୟରେ ଲିଟର ପିଛା ୧୨ ପଇସା ଏବଂ ଡିଜେଲରେ ୧୪ ପଇସା ହ୍ରାସ ଘଟିଛି । ଅନ୍ତର୍ଜାତୀୟ ବଜାରରେ ତୈଳ ଦରରେ ହ୍ରାସ ପରେ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡିକ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ଏହି ହ୍ରାସ ଘୋଷଣା କରିଛନ୍ତି। ଫଳରେ ରାଜଧାନୀ ନୂଆଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୨ ପଇସା ହ୍ରାସ ଘଟି ୬୯ ଟଙ୍କା ୭୫ ପଇସା ଏବଂ ଡିଜେଲରେ ୧୪ ପଇସା ହ୍ରାସ ଘଟି ୬୨ ଟଙ୍କା ୪୪ ପଇସାକୁ ଖସିଆସିଛି । ଭୁବନେଶ୍ୱରରେ ଆଜି ପେଟ୍ରୋଲ ଲିଟର ପିଛା ୬୮ ଟଙ୍କା ୭୧ ପଇସା ଏବଂ ଡିଜେଲ ମୂଲ୍ୟ ୬୬ ଟଙ୍କା ୮୪ ପଇସା ହୋଇଛି । ଶନିବାର ପେଟ୍ରୋଲ ଏବଂ ଡିଜେଲର ଉତ୍ପାଦ ଶୁଳ୍କରେ ୩ ଟଙ୍କା ବୃଦ୍ଧି ଘଟିଥିଲା । ଏହି ଅନୁଯାୟୀ ପ୍ରତି ଲିଟର ତେଲ​‌​‌ର ଅତିରିକ୍ତ ଉତ୍ପାଦ ଶୁଳ୍କ ବାବଦରେ ୧ ଟଙ୍କା ସଡକ ଏବଂ ଭିତ୍ତିଭୂମି ସେସ୍ ଓ ୨ ଟଙ୍କା ସ୍ବତନ୍ତ୍ର ଉତ୍ପାଦ ଶୁଳ୍କ ବୃଦ୍ଧି କରାଯାଇଥିଲା। ତେବେ ପେଟ୍ରୋଲ ଏବଂ ଡିଜେଲର ଉତ୍ପାଦ ଶୁଳ୍କରେ ୩ ଟଙ୍କା ବୃଦ୍ଧି ଜରିଆରେ କେନ୍ଦ୍ର ସରକାର ୩୯,୦୦୦ କୋଟି ଟଙ୍କାର ରାଜସ୍ବ ସଂଗ୍ରହ ଲକ୍ଷ୍ୟ ରଖିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking