29.1 C
Bhubaneswar
Sunday, May 5, 2024
Homeଓଡିଶାସକ୍ରିୟ ହେଉଛି ମୌସୁମୀ, ସତର୍କ ରୁହ : ଏସ୍‌ଆରସି

ସକ୍ରିୟ ହେଉଛି ମୌସୁମୀ, ସତର୍କ ରୁହ : ଏସ୍‌ଆରସି

ଭୁବନେଶ୍ୱର : ଆସନ୍ତା ୨ରୁ ୩ ଦିନ ମଧ୍ୟରେ ଓଡ଼ିଶାର କିଛି ଅଞ୍ଚଳରେ ସକ୍ରିୟ ହେବ ମୌସୁମୀ । ଉତ୍ତର ବଙ୍ଗୋପ ସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟରେ ମୌସୁମୀ ସକ୍ରିୟ ହେବ । ଫଳରେ ରାଜ୍ୟର ଅଧାରୁ ଅଧିକ ଜିଲ୍ଲାରେ ମୌସୁମୀ ଜନିତ ବର୍ଷା ଲାଗି ରହିବ । ବର୍ତ୍ତମାନ ଏକ ଘୁର୍ଣ୍ଣିଝଡ଼ ଉତ୍ତର ପ୍ରଦେଶରୁ ଦକ୍ଷିଣ ପଟ ବିହାର ଅଞ୍ଚଳ ଓ ପଶ୍ଚିମବଙ୍ଗ ଗ୍ୟାଙ୍ଗେଟିକ୍ ଅଞ୍ଚଳ ଦେଇ ଉତ୍ତର ପୂର୍ବ ବଙ୍ଗୋପ ସାଗର କ୍ଷେତ୍ର ଯାଏଁ ପରିବ୍ୟାପ୍ତ ରହିଛି । ସେହିପରି ପଶ୍ଚିମ ବଙ୍ଗରୁ ଦକ୍ଷିଣ ଛତିଶଗଡ଼ ଯାଏ ଅନ୍ୟ ଏକ ଘୁର୍ଣ୍ଣିଝଡ଼ ସମୁଦ୍ରପତନର ୧.୫ ଓ ୨.୧ କିମି ଉପରେ ରହିଛି । ଯାହାଫଳରେ ଏବେ ରାଜ୍ୟରେ ଲଗାଣ ବର୍ଷା ସହ ଝଡ଼ ତୋଫାନ ହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କତା ଜାରି କରାଯାଇଛି ।

ମିଳିଥିବା ସୂଚନା ମୁତାବକ, ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ମଙ୍ଗଳବାର ମହାରାଷ୍ଟ୍ରର ଆଲିବାଗ, ପୁନେ ଆଦି ସ୍ଥାନରେ ପହଞ୍ଚିଛି । ସେହିପରି ଦକ୍ଷିଣପୂର୍ବ ଭାରତରେ ଏହା ଆନ୍ଧ୍ରପ୍ରଦେଶର ଆଉ କିଛି ଅଞ୍ଚଳ ଯେପରିକି ଶ୍ରୀହରିକୋଟା, ରେଣ୍ଟାଚିନ୍ତଲାକୁ ଛୁଇଁଛି । ଉତ୍ତର ବଙ୍ଗୋପ ସାଗରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ପ୍ରଭାବରେ ୧୦ ତାରିଖଠାରୁ ଆରମ୍ଭ କରି ଜୁନ ୧୫ ପର‌୍ୟ୍ୟନ୍ତ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବର୍ତ୍ତମାନ ରାଜ୍ୟରେ କଳବୈଶାଖୀ ଓ ପ୍ରାକ୍ ମୌସୁମୀ ବର୍ଷା ପାଇଁ ପାଗ ଅନୁକୂଳ ହୋଇଛି । ଫଳରେ ଆସନ୍ତା ୧୫ ତାରିଖ ଯାଏ ରାଜ୍ୟରେ ବର୍ଷା ସମ୍ଭାବାନ ରହିଛି । ବୁଧବାର ରାଜ୍ୟର ୨୫ ଜିଲ୍ଲାକୁ ବର୍ଷା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ କରାଯାଇଥିବାବେଳେ ୫ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ । ଗୁରୁବାରଠାରୁ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧିପାଇବ । ଗୁରୁବାର ରାଜ୍ୟର ୧୬ ଜିଲ୍ଲାରେ ଅତିପ୍ରବଳ ବର୍ଷା ହେବାକୁ ଥିବାବେଳେ ୨୩ ଜିଲ୍ଲାକୁ ବଜ୍ରପାତ ସହ ବର୍ଷା  ନେଇ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।

ଗୁରୁବାରଠାରୁ ରାଜ୍ୟରେ ମୌସୁମୀ ସକ୍ରିୟ ହେବା ପରେ ଶୁକ୍ରବାର ଓ ଶନିବାର ବର୍ଷାର ପରିମାଣ ଆହୁରି ବୃଦ୍ଧିପାଇବ । ଯାହାପାଇଁ କି ପାଣିପାଗ କେନ୍ଦ୍ର ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଶୁକ୍ରବାର ୧୦ ଜିଲ୍ଲାରେ ପ୍ରବଳ ବର୍ଷା ଥିବାବେଳେ ୧୭ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷା ହେବା ନେଇ ପୂର୍ବ ଆକଳନ କରାଯାଇଛି । ଶନିବାର ୮ ଜିଲ୍ଲାରେ ଅତିପ୍ରବଳ ବର୍ଷା ସମ୍ଭାବନା ଥିବାବେଳେ ମୋଟ ୨୩ ଜିଲ୍ଳାକୁ ସତର୍କ କରାଯାଇଛି । ତେବେ ଆସନ୍ତା ୩ ଦିନ ଯାଏ ପାଗରେ କିଛି ବିଶେଷ ପରିବର୍ତ୍ତନ ନାହିଁ । ମଙ୍ଗଳବାର ପୁଣି ରାଜ୍ୟର ୬ ସହରରେ ପାରଦ ୪୦ ଡିଗ୍ରୀ ଟପିଛି । ବୌଦ୍ଧରେ ସବୁଠୁ ଅଧିକ ୪୧ ଡିଗ୍ରୀ ରେକର୍ଡ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking