33.1 C
Bhubaneswar
Thursday, May 23, 2024
Homeଦେଶ ବିଦେଶକେନ୍ଦ୍ରୀୟ ଢାଞ୍ଚାରେ ଆସାମ ଲାଗୁକଲା ବେସାମରିକ ପୁରସ୍କାର

କେନ୍ଦ୍ରୀୟ ଢାଞ୍ଚାରେ ଆସାମ ଲାଗୁକଲା ବେସାମରିକ ପୁରସ୍କାର

ଗୁଆହାଟୀ:  ଦେଶରେ ଚାଲିଥିବା ଢାଞ୍ଚା ଅନୁଯାୟୀ ଆସାମ ସରକାର ରାଜ୍ୟରେ ବେସାମରିକ ପୁରସ୍କାର ପ୍ରଦାନ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ଅର୍ଥାତ କେନ୍ଦ୍ର ସରକାର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କୃତିତ୍ୱ ଅର୍ଜନ କରିଥିବା ବ୍ୟକ୍ତିବିଶେଷଙ୍କୁ ଭାରତ ରତ୍ନ, ପଦ୍ମବିଭୂଷଣ, ପଦ୍ମଭୂଷଣ ଓ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରୁଛନ୍ତି । ଏହାକୁ ଅନୁସରଣ କରି ଆସାମ ସରକାର ମଧ୍ୟ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି । ଏଣିକି ରାଜ୍ୟ ସରକାର ପ୍ରତିବର୍ଷ ଯୋଗ୍ୟ ବିବେଚିତ ବ୍ୟକ୍ତିଙ୍କୁ ‘ଆସାମ ରତ୍ନ’, ‘ଆସାମ ବିଭୂଷଣ’, ‘ଆସାମ ଭୂଷଣ’ ଓ ‘ଆସାମ ଶ୍ରୀ’ ପୁରସ୍କାର ପ୍ରଦାନ କରିବେ ବୋଲି ମଙ୍ଗଳବାର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ତଦନୁଯାୟୀ ପ୍ରତିବର୍ଷ ଜଣେ ବ୍ୟକ୍ତିଙ୍କୁ ଆସାମ ରତ୍ନ, ୩ ଜଣଙ୍କୁ ଆସାମ ବିଭୂଷଣ, ୫ ଜଣଙ୍କୁ ଆସାମ ଭୂଷଣ ଓ ୧୦ ଜଣଙ୍କୁ ଆସାମ ଶ୍ରୀ ସମ୍ମାନ ପ୍ରଦାନ କରାଯିବ । ଆସାମ ରତ୍ନ ବିଜେତାଙ୍କୁ ମାନପତ୍ର ଓ ୫ ଲକ୍ଷ ଟଙ୍କା ମିଳୁଥିବାବେଳେ ଆସାମ ବିଭୂଷଣ ବିଜେତା ୩ ଲକ୍ଷ, ଆସାମ ଭୂଷଣ ବିଜେତା ୨ ଲକ୍ଷ ଓ ଆସାମ ଶ୍ରୀ ବିଜେତା ୧ ଲକ୍ଷ ଟଙ୍କା ପାଇବେ ବୋଲି ଜଣାପଡିଛି । ଏହାବ୍ୟତୀତ ବିଜେତାଙ୍କୁ ମାଗଣା ଚିକିତ୍ସା, ନୂଆଦିଲ୍ଲୀସ୍ଥ ଆସାମ ଭବନରେ ମାଗଣା ରହଣି ଓ ରାଜ୍ୟ ମଧ୍ୟରେ ମାଗଣା ବସ୍ ଯାତ୍ରା ସୁବିଧା ମଧ୍ୟ ପ୍ରଦାନ କରାଯିବ ବୋଲି ଜଣାପଡିଛି । ଏହାବ୍ୟତୀତ ସମସ୍ତ ସରକାରୀ କାର୍ଯ୍ୟାଳୟରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ଆସାମର ପ୍ରଥମ ମୁଖ୍ୟମନ୍ତ୍ରୀ ଗୋପୀନାଥ ବର୍ଦୋଲୋଇଙ୍କ ଫଟୋକୁ ବାଧ୍ୟତାମୂଳକଭାବେ ସ୍ଥାନିତ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking