40.1 C
Bhubaneswar
Thursday, April 25, 2024
Homeଓଡିଶାଗୁଣିଗାରେଡ଼ି ସନ୍ଦେହ, ଶିକୁଳିରେ ବନ୍ଧା ଯୁବକଙ୍କ ଜୀବନ

ଗୁଣିଗାରେଡ଼ି ସନ୍ଦେହ, ଶିକୁଳିରେ ବନ୍ଧା ଯୁବକଙ୍କ ଜୀବନ

ନୟାଗଡ଼ : ଗ୍ରାମାଞ୍ଚଳରେ ଆଜି ବି ଲୋକଙ୍କ ମନରେ ଅନ୍ଧବିଶ୍ୱାସ ଭରି ରହିଛି । ଯାହାକୁ ନେଇ ଗୁଣିଗାରେଡ଼ିର ବଶବର୍ତ୍ତୀ ହୋଇ ନିଜ ପୁଅକୁ ଶିକୁଳିରେ ବାନ୍ଧି ରଖିଛନ୍ତି ଏକ ପରିବାର । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଦଶପଲ୍ଲା ବ୍ଲକ୍ ଆଦିବାସୀ ବହୁଳ କୁଜାମେଣ୍ଢି ପଞ୍ଚାୟତ ରୂପାଝରୀ ଗ୍ରାମରେ । ସୂଚନା ଅନୁଯାୟୀ ଗ୍ରାମର କାର୍ତ୍ତିକ କହଁରଙ୍କ ପୁଅ ପ୍ରତାପ କହଁର(୨୨) ଗତ ୪ ମାସ ତଳେ ମାନସିକ ଭାରସାମ୍ୟ ହରାଇଥିଲେ । ପରିବାର ଲୋକ ତାଙ୍କୁ ପାରମ୍ପରିକ ପଦ୍ଧତିରେ ଚିକିତ୍ସା କରାଇଥିଲେ ।

ତାଙ୍କୁ ଗୁଣିଗାରେଡ଼ି ହୋଇଥିବା କିଏ ତାଙ୍କୁ କହିଥିଲା । ଯାହାକୁ ନେଇ କିଛି ସ୍ଥାନରେ ଝଡ଼ାଫୁଙ୍କା କରିଥିବାବେଳେ କୌଣସି ସୁଫଳ ମିଳି ନଥିଲା । ଏପଟେ ପ୍ରତାପ ଗ୍ରାମରେ ବିଭିନ୍ନ ଲୋକଙ୍କୁ ମାରଧର କରିବା ସହ ବିଭିନ୍ନ ଛେଳିକୁ ମଧ୍ୟ ମାରି ପକାଏ । ଫଳରେ ଅଧିକ ଚିକିତ୍ସା କରିବା ପାଇଁ ପରିବାର ଲୋକଙ୍କ ଆର୍ଥିକ ସମ୍ବଳ ନଥିବା ହେତୁ ଗୁଣିଗାରେଡ଼ି ଭଳି ପ୍ରଥାକୁ ଆପଣାଇ ପୁଅକୁ ଦୀର୍ଘ ୪ ମାସ ହେଲା ଏକ ଲୁହା ଶିକୁଳିରେ ବାନ୍ଧି ରଖିଥିବା ଦେଖିବାକୁ ମିଳିଛି ।

ଯାହାକି ଏବେ ବନ୍ଧଖମଣ ସ୍ଥିତ ସମ୍ପର୍କିୟଙ୍କ ଘରେ ବନ୍ଧା ହୋଇ ରଖାଯାଇଛି । ରୋଜଗାର ବୟସରେ ପୁଅର ଏଭଳି ଅବସ୍ଥାକୁ ନେଇ ପରିବାର ଲୋକ ଭାଙ୍ଗି ପଡ଼ିଛନ୍ତି । ଯଦି ପ୍ରଶାସନ ପକ୍ଷରୁ କୌଣସି ସହାୟତା ମିଳନ୍ତା ତେବେ ପୁଅର ଚିକିତ୍ସା ହୋଇ ପାରନ୍ତା ବୋଲି ପରିବାର ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking