29.1 C
Bhubaneswar
Wednesday, May 8, 2024
Homeଓଡିଶା୨୦୨୧ ମସିହା ପାଇଁ ଓଡ଼ିଶା ଅଗ୍ନିଶମ ସେବା ସଂସ୍ଥା ସର୍ବଭାରତୀୟ ସ୍ତରରେ ପ୍ରଥମ

୨୦୨୧ ମସିହା ପାଇଁ ଓଡ଼ିଶା ଅଗ୍ନିଶମ ସେବା ସଂସ୍ଥା ସର୍ବଭାରତୀୟ ସ୍ତରରେ ପ୍ରଥମ

ଭୁବନେଶ୍ୱର : ଓଡ଼ିଶା ଅଗ୍ନିଶମ ସେବା ସଂସ୍ଥାକୁ ୨୦୨୧ ମସିହାର ସର୍ବଭାରତୀୟ ସ୍ତରରେ “ସର୍ବଶ୍ରେଷ୍ଠ ଅଗ୍ନିଶମ ସେବା ସଂସ୍ଥା” ଭାବରେ ବିବେଚନା କରାଯାଇଅଛି । ଦିଲ୍ଲୀର ନୋଇଡା ଠାରେ ଗତ ଡିସେମ୍ବର ୨ ତାରିଖ ଠାରୁ – ୫ ତାରିଖ ପର୍ଯ୍ୟନ୍ତ Institution of Fire Engineers (India) ଦ୍ବାରା ଆୟୋଜିତ ଆନ୍ତର୍ଜାତିକ Fire India – 2021 ମେଳା ଅବସରରେ ଏହି ପୁରସ୍କାର ଘୋଷଣା କରାଯାଇଥିଲା । ଓଡ଼ିଶା ପଛକୁ ତାମିଲନାଡୁ ଅଗ୍ନିଶମ ସେବା ହିତୀୟ ଓ ଗୁଜୁରାଟ ଅଗ୍ନିଶମ ସେବା ତୃତୀଯ ସ୍ଥାନ ଅଧିକାର କରିଥିଲା । ଆୟୋଜକ ମାନେ ଓଡ଼ିଶା ଅଗ୍ନିଶମ ସେବା ସଂସ୍ଥାର ମୁଖ୍ୟତଃ ବିପର୍ଯ୍ୟୟ ମୁକାବିଲା କରିବାର ଦକ୍ଷତାକୁ ବିଚାରକୁ ନେଇ ଏହି ପୁରସ୍କାର ଘୋଷଣା କରିଥିଲେ ।
ଓଡ଼ିଶା ଅଗ୍ନିଶମ ସେବା ସଂସ୍ଥା ଖାଲି ଆମ ରାଜ୍ୟ ରେ ନୁହେଁ ବରଂ ଅନ୍ୟ ରାଜ୍ୟ ମାନଙ୍କରେ ମଧ୍ୟ ବିପର୍ଯ୍ୟୟ ମୁକାବିଲା କରି ରାଜ୍ୟ ପାଇଁ ସୁନାମ ଆଣିବାରେ ସଫଳ ହୋଇଛି । ଏହି ସଂସ୍ଥା ୨୦୧୪ ମସିହାର “ହୁଡ ହୁଡ” ସମୟରେ ଆନ୍ଧ୍ର ପ୍ରଦେଶ, ୨୦୧୮ ମସିହାରେ ମେଘାଳୟରେ Mining_Rescue, ୨୦୧୮ ମସିହାରେ କେରଳ ବନ୍ୟା ଓ ୨୦୨୦ ମସିହାରେ ପଶ୍ଚିମବଙ୍ଗରେ AMPHAN ମହାବାତ୍ୟା ସମୟରେ ସଫଳତାର ସହ କାର୍ଯ୍ୟ କରି ଉଚ୍ଚ ପ୍ରଶଂସିତ ହୋଇଥିଲା । ତତସହିତ ଆମ ରାଜ୍ୟରେ ତିତିଲି, ବୁଲବୁଲ ଓ ଫନି ପରି ବାତ୍ୟା ସମୟରେ ମଧ୍ୟ ବିପର୍ଯ୍ୟୟର ସଫଳ ମୁକାବିଲା କରିଥିଲା । ତତସହିତ ସାରା ଭାରତ ବର୍ଷରେ ଓଡ଼ିଶା ଏକ ମାତ୍ର ରାଜ୍ୟ ଯେଉଁଠାରେ ଲୋକ ସଂଖ୍ୟା ଅନୁସାରେ ଅଗ୍ନିଶମ ଗାଡ଼ି ଯୋଗାଇ ଦିଆଯାଇଅଛି ଓ ସାରା ଭାରତ ବର୍ଷରେ ସବୁଠୁ ଅଧିକ ୩୪୨ ଗୋଟି ଅଗ୍ନିଶମ କେନ୍ଦ୍ର ରହିଅଛି ଏତଦବ୍ୟତୀତ ଓଡ଼ିଶା ଅଗ୍ନିଶମ ସେବା ସଂସ୍ଥାର ଏକ Reserve Force (Striking Force) ରହିଛି, ଯାହା ଦେଶର ଅନ୍ୟ କୌଣସି ଅଗ୍ନିଶମ ବିଭାଗ ନିକଟରେ ନାହିଁ । ସେହିପରି ରାଜ୍ୟରେ ପାଞ୍ଚ ଗୋଟି ISO Certified Fire Station ଓ ଗୋଟିଏ ପ୍ରଶିକ୍ଷଣ କେନ୍ଦ୍ର ରହିଥିବା ସ୍ଥଳେ, ଏହାର ସମସ୍ତ କେନ୍ଦ୍ରକୁ Multi-Disaster Response Centre ଭାବରେ ରୂପାନ୍ତରିତ କରାଯାଇଛି ଓ ଜନସାଧାରଣଙ୍କୁ online ଜରିଆରେ ସମସ୍ତ ପ୍ରକାର ସେବା ଯୋଗାଇ ଦିଆଯାଉଅଛି । ଦେଶର ସର୍ବଶ୍ରେଷ୍ଠ ଅଗ୍ନିଶମ ସେବା ସଂସ୍ଥା ଭାବରେ ପୁରସ୍କୃତ ହୋଇଥିବାରୁ ଓଡ଼ିଶା ଅଗ୍ନିଶମ ସେବା ସଂସ୍ଥାର କର୍ମଚାରୀ ମଧ୍ୟରେ ଖୁଶିର ଲହରୀ ଖେଳିଯାଇଛି । ସେମାନେ ଅଧିକ ଉତ୍ସାହିତ ଓ ଅନୁପ୍ରାଣିତ ହୋଇ କାର୍ଯ୍ୟ କରିବା ପାଇଁ ଦୃଢ ସଂକଳ୍ପ ବଦ୍ଧ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking