30.1 C
Bhubaneswar
Friday, April 26, 2024
Homeଓଡିଶାସୁରତରୁ ୪ଟି ବସ ଯୋଗେ ଗଞ୍ଜାମ ଫେରୁଛନ୍ତି ପ୍ରବାସୀ ଓଡ଼ିଆ

ସୁରତରୁ ୪ଟି ବସ ଯୋଗେ ଗଞ୍ଜାମ ଫେରୁଛନ୍ତି ପ୍ରବାସୀ ଓଡ଼ିଆ

ଗଞ୍ଜାମ : ଓଡ଼ିଶା ଫେରୁଛନ୍ତି ପ୍ରବାସୀ ଓଡ଼ିଆ । ଗୁଜରାଟର ସୁରତରୁ ୪ଟି ବସରେ ପ୍ରବାସୀ ଓଡ଼ିଆମାନେ ଗଞ୍ଜାମ ଫେରୁଥିବା ସୂଚନା ମିଳିଛି । ପ୍ରତି ବସ୍‌ରେ ୩୬ ଜଣ ଲେଖାଏଁ ଯାତ୍ରୀ ରହିଛନ୍ତି। ପୂର୍ବରୁ ୪ଟି ବସ୍ ଯୋଗେ ଆସିଥିବାବେଳେ ଆଜି ଆଉ କିଛି ପ୍ରବାସୀ ଓଡ଼ିଆ ୪ଟି ବସ୍‌ରେ ଆସୁଛନ୍ତି । ଯାତ୍ରୀମାନେ ନିଜ ଖର୍ଚ୍ଚରେ ବସ୍ ଭଡ଼ା କରି ଫେରୁଛନ୍ତି । ଯାତ୍ରୀ ଓ ବସ୍‌କୁ ସ୍ଥାନୀୟ ପ୍ରଶାସନ ଫେରିବା ପାଇଁ ଅନୁମତି ଦେଇଛନ୍ତି । ଗଞ୍ଜାମ ଜଗନ୍ନାଥପ୍ରସାଦ ଅଭିମୁଖେ ୨ଟି, ଶେରଗଡ଼ ବ୍ଲକ ତାକରଡା ଏବଂ ଭଞ୍ଜନଗର ଓଡଗାଁ ଅଭିମୁଖେ ଗୋଟିଏ ଲେଖାଁଏଁ ବସ୍ ଆସୁଥିବା ସୂଚନା ମିଳିଛି। ଫେରୁଥିବା ଓଡ଼ିଆ ସମସ୍ତ ଲୋକ କ୍ୱାରେଣ୍ଟାଇନ୍‌ରେ ରହିବେ । ଗୁଜରାଟରେ ଫସି ରହିଥିବା ଓଡ଼ିଆ ଫେରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀଙ୍କ ସହ ଆଲୋଚନା କରିଥିଲେ ।
https://onakhabar.com/2020/04/28/odia-sramik/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking