30.1 C
Bhubaneswar
Sunday, May 5, 2024
Homeଓଡିଶାସରକାରୀ ଯୋଜନାରୁ ବଞ୍ଚିତ ନୂଆପଡ଼ା ବାସିନ୍ଦା, ଉପ ଜିଲ୍ଲାପାଳଙ୍କୁ ଗୁହାରି

ସରକାରୀ ଯୋଜନାରୁ ବଞ୍ଚିତ ନୂଆପଡ଼ା ବାସିନ୍ଦା, ଉପ ଜିଲ୍ଲାପାଳଙ୍କୁ ଗୁହାରି

ବ୍ରହ୍ମପୁର: ରାଜ୍ୟ ସରକାର ଗ୍ରାମୀଣ ଉନ୍ନତି ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି । ସେମାନଙ୍କ ହାତ ପାଆନ୍ତାରେ ଆବାସ ଗୃହ, ପାନୀୟ ଜଳଯୋଗାଣ, ବିଧବା ଭତ୍ତା, ବାର୍ଦ୍ଧକ୍ୟ ଭତ୍ତା ଆଦି ସମସ୍ତ ସୁବିଧା ଯେଗାଇଦେବାକୁ ପ୍ରଶାସନିକ ଅଧିକାରୀଙ୍କୁ  ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ଦୁର୍ଭାଗ୍ୟର ବିଷୟ ଖୋଦ୍ ମୁଖ୍ୟମନ୍ତ୍ରୀ ପ୍ରତିନିଧିତ୍ୱ କରୁଥିବା ଜିଲ୍ଳା ଗଞ୍ଜାମ ଅନ୍ତର୍ଗତ ଚିକିଟ ବ୍ଳକର ନୂଆପଡ଼ା ଗ୍ରାମର ବାସିନ୍ଦା ଦୀର୍ଘ ବର୍ଷ ଧରି ଇନ୍ଦିରା ଆବାସ ପାଇନାହାନ୍ତି । ଏହି ସୁବିଧା ପାଇବା ନେଇ ସରକାରଙ୍କ ପକ୍ଷରୁ ସମସ୍ତ ଯୋଗ୍ୟତା ସେମାନଙ୍କ ଠାରେ ଥିଲେ ବି ଯୋଜନାରୁ ସେମାନଙ୍କୁ ବଞ୍ôଚତ କରାଯାଇଥିବା ଅଭିଯୋଗ ହୋଇଛି ।

ଶତାଧିକ ବୃଦ୍ଧ,ବୃଦ୍ଧା ବାର୍ଦ୍ଧକ୍ୟ ଭତ୍ତା ପାଇବାକୁ ଯୋଗ୍ୟ ହେଲେ ବି ଯୋଜନାରେ ସାମିଲ କରାଯାଇନାହିଁ । ଫଳରେ ଘୋର ଆର୍ଥିକ ଅନଟନରେ ସଢ଼ୁଥିବା ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ଜଣେ କିମ୍ବା ଦୁଇ ଜଣ ନୁହେଁ ୪୦ରୁ ଊର୍ଦ୍ଧ୍ୱ କରିଛନ୍ତି । ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁର ଉପ ଜିଲ୍ଳାପାଳଙ୍କୁ ଭି. କିର୍ତ୍ତୀୱାସନଙ୍କୁ ଭେଟି ସମସ୍ୟାର ସମାଧାନ କରିବା ପାଇଁ ଗୁହାରି କରିଛନ୍ତି । ଉଲ୍ଳେଖ ଯୋଗ୍ୟ ଯେ ଆଜି ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସିବା ପୁର୍ବରୁ ଏମାନେ ଚିକିଟି ବ୍ଳକ୍ କାର୍ଯ୍ୟାଳୟକୁ ଦୌଡ଼ି ଦୌଡ଼ି ନୟାନ୍ତ ହେବା ପରେ ଏଠାକୁ ଆସିଛନ୍ତି । ଗ୍ରାମର ସରପଞ୍ଚକୁ ଶତାଧିକ ଥର ନେହୁରା ହେବା ପରେ ବି କୌଣସି ସୁଫଳ ମିଳିନଥିଲା ।

ଆଜି ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିବା ବହୁ ବ୍ୟକ୍ତି ବୟସାଧିକ କାରଣ ଯୋଗୁଁ ସଠିକ ଭାବେ ଚାଲିପାରୁନଥିଲେ, ତଥାପି ବଞ୍ôଚବାର ଆଶା ତାଙ୍କୁ ଏଠାକୁ ଟାଣିଆଣିଛି । ଇନ୍ଦିରା ଆବାସ ପାଇବା ପାଇଁ ୧୦ ହଜାର ଟଙ୍କା ଲେଖାଏଁ ଦେଇ ଗତ ୨ରୁ ୩ ବର୍ଷ ଧରି ଜଗି ରହିଛନ୍ତି । ଗ୍ରାମର ପ୍ରାୟ ୧୫୦ରୁ ଉର୍ଦ୍ଧ୍ୱ ଗରୀବ ଏଭଳି ଅଭିଯୋଗ କରିଛନ୍ତି । ଭତ୍ତାରୁ ବଞ୍ôଚତ କରିବା ସାଙ୍ଗକୁ ଅନେକଙ୍କୁ ରାସନ କାର୍ଡ ଦିଆଯାଇନାହିଁ । ମୋଟ ୧୨ଟି ୱାର୍ଡ ବିଶିଷ୍ଟ ଏହି ନୁଆପଡ଼ା ଗ୍ରାମରେ ପ୍ରାୟ ୨ହଜାର ବ୍ୟକ୍ତି ସରକାରୀ ଯୋଜନାରୁ ବଞ୍ଚିତ ହୋଇଥିବା ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking