30.1 C
Bhubaneswar
Thursday, April 25, 2024
Homeଓଡିଶାଗଜପତିରେ ଡେଙ୍ଗୁ ଆତଙ୍କ

ଗଜପତିରେ ଡେଙ୍ଗୁ ଆତଙ୍କ

ପାରଳାଖେମୁଣ୍ଡ: ଗଜପତି ଜିଲ୍ଲାରେ ଡେଙ୍ଗୁ ଆତଙ୍କ ଦେଖାଦେଇଛି । ସମଗ୍ର ଜିଲ୍ଲାର ମୋହନା, ଗୁମ୍ମା, ନୂଆଁଗଡ଼, ଗୋଷାଣୀ, କାଶୀନଗର, ଉଦୟଗିରି, ରାୟଗଡ ବ୍ଲକ୍ ସମେତ ପାରଳାଖେମୁଣ୍ଡି ସହରରେ ବର୍ଷା ଜଳ ନିଷ୍କାସନ ନହୋଇ ବିଭିନ୍ନ ରାସ୍ତା କଡ଼ରେ, ତଳି ଅଞ୍ଚଳ ଓ ଖାଲଖମାରେ ପାଣି ଜମିରହି ପରିବେଶ ପ୍ରଦୂଷିତ ହୋଇଛି । ଏହି ସମୟରେ ବହୁ ସଂଖ୍ୟକ ଲୋକେ ଡେଙ୍ଗୁ ଜ୍ୱରରେ ଆକ୍ରାନ୍ତ ହେଉଥିବା ଖବର ବିଭିନ୍ନ ମହଲରେ ଆତଙ୍କ ସୃଷ୍ଟି କରିଛି । ଦିନକୁଦିନ ବୃଦ୍ଧିପାଉଛି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା । ମାତ୍ର କିଛିଦିନ ମଧ୍ୟରେ ଜିଲ୍ଲାରେ ଚିହ୍ନଟ ହେଲେଣି ଅନେକ ଆକ୍ରାନ୍ତ । ଏମାନଙ୍କ ମଧ୍ୟରୁ କେତେଜଣ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଓ  ଅନ୍ୟ କେତେକ ଆକ୍ରାନ୍ତ ବ୍ରହ୍ମପୁର ବଡ଼ ମେଡିକାଲ ସହ ଆନ୍ଧ୍ର ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡିଛି ।

ବିଶେଷକରି ସହରାଞ୍ଚଳରେ ଏହାର ସଂଖ୍ୟା ଅଧିକ ଥିବାବେଳେ ବର୍ଷାଜଳ ଓ ଆବର୍ଜନା ଜମାରହି ପୁତିଗନ୍ଧମୟ ପରିବେଶକୁ ଦେଖି ଆତଙ୍କିତ ହେଉଥିବା କହିଛନ୍ତି ପାରଳାବାସୀ । ଜିଲ୍ଲାରେ ବହୁ ରୋଗୀ ଚିହ୍ନଟ ହୋଇଥିଲେ ସୁଦ୍ଧା ଏଯାଏଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ୱତନ୍ତ୍ର ୱାର୍ଡ ଖୋଲାଯାଇ ନାହିଁ । ପୂର୍ବରୁ ଡେଙ୍ଗୁ ଲକ୍ଷଣ ଦେଖାଯିବା ମାତ୍ରେ ସ୍ୱତନ୍ତ୍ର ୱାର୍ଡ ଖୋଲାଯାଉଥିଲା କିନ୍ତୁ ବର୍ତ୍ତମାନ ସୁଦ୍ଧା ବିଭାଗ ଚୁପ୍ ବସିଥିବା ଅଭିଯୋଗ ହୋଇଛି ।

ଅପରପକ୍ଷେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପ୍ରଦୀପ ପାତ୍ର କହିଛନ୍ତି ଜିଲ୍ଲାରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ଦେଖା ଦେଇଛି । କୌଣସି ସ୍ଥାନରେ ଗୋଷ୍ଠୀ ସଂକ୍ରମଣ ଦେଖାଦେଇ ନଥିବାରୁ ଆତଙ୍କିତର କାରଣ ନାହିଁ ବୋଲି ଜଣାଇବା ସହ ଏନେଇ ତଳସ୍ତରରୁ ଜନ ସଚେତନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ସ୍ଥିତି ଉପରେ ସ୍ୱାସ୍ଥ୍ୟ ବିଭାଗ ସଜାଗ ରହିଛି । ବର୍ତ୍ତମାନ ସୁଦ୍ଧା ଗଜପତି ଜିଲ୍ଲାରେ ମାତ୍ର ୨୯ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ପ୍ରାୟତଃ ସମସ୍ତେ ସୁସ୍ଥ ଅଛନ୍ତି ବୋଲି ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking