34.1 C
Bhubaneswar
Wednesday, May 1, 2024
Homeଦେଶ ବିଦେଶଏଣିକି ୧୮ ବର୍ଷ ନୁହଁ , ସ୍ନାତକ ଡିଗ୍ରୀ ପାଇବା ଯାଏଁ ପୁଅକୁ ପାଳିବେ ବାପା,...

ଏଣିକି ୧୮ ବର୍ଷ ନୁହଁ , ସ୍ନାତକ ଡିଗ୍ରୀ ପାଇବା ଯାଏଁ ପୁଅକୁ ପାଳିବେ ବାପା, ମା’ ; ସୁପ୍ରିମ କୋର୍ଟ

ନୂଆଦିଲ୍ଲୀ : ସ୍ନାତକ ଡିଗ୍ରୀକୁ ନୂତନ ମୌଳିକ ଶକ୍ଷା ଅନ୍ତର୍ଗତ କରି ସୁପ୍ରିମ କୋର୍ଟ ଜଣେ ବ୍ୟକ୍ତିକୁ ନିଜ ପୁଅକୁ ୧୮ ବର୍ଷ ଯାଏଁ ନୁହଁ ,ସ୍ନାତକ ଯାଏଁ ପାଳିବାକୁ କହିଛନ୍ତି । ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୁଡ ଓ ଜଷ୍ଟିସ ଏମ.ଆର.ଶାହା ଏକ ପୀଠରେ ଗୁରୁବାର ଦିନ ପରିବାର ଅଦାଲତଙ୍କ ସେହି ଆଦେଶକୁ ବଦଳାଇ ଦେଇଛନ୍ତି । ଯେଉଁଠି କର୍ଣ୍ଣାଟକ ସରକାରଙ୍କ ସ୍ୱାସ୍ଥ୍ୟ ବ୍ୟବସ୍ଥା ବିଭାଗର ଜଣେ କର୍ମୀଙ୍କ ୧୮ ବର୍ଷ ବୟସ ଯାଏଁ ଶିକ୍ଷାରେ ହେଉଥିବା ଖର୍ଚ୍ଚ କୁ ବହନ କରିବାକୁ କହିଛନ୍ତି ।

ସୁପ୍ରିମ କୋର୍ଟ, ସ୍ନାତକ ଡିଗ୍ରୀକୁ ନୂତନ ମୌଳିକ ଶିକ୍ଷା ବୋଲି କହିଛନ୍ତି ଓ ପରିବାର ଅଦାଲତର ଏହି ନିଷ୍ପତିକୁ ବଦଳାଇଛନ୍ତି । ପୀଠଙ୍କ କହିବା ଅନୁସାରେ କେବଳ ୧୮ ବର୍ଷ ପର୍ଯ୍ୟନ୍ତ ଆର୍ଥିକ ସାହାଯ୍ୟ ଆଜିର ପରିସ୍ଥିତି ପାଇଁ ପର୍ଯ୍ୟାପ୍ତ ନୁହଁ । କାରଣ ଏବେ ମୌଳିକ ଶିକ୍ଷା ସ୍ନାତକ ଡିଗ୍ରୀ ପାସ କରିବା ପରେ ହିଁ ମିଳୁଛି । ସ୍ୱାସ୍ଥ୍ୟ ବିଭାଗରେ କାମ କରଉଥିବା ଏହି କର୍ମୀଙ୍କର ଜୁନ ୨୦୦୫ରେ ପ୍ରଥମ ପତ୍ନୀଙ୍କ ସହ ଛାଡପତ୍ର ହୋଇଥିଲା । ଯାହାପରେ ପରିବାର ଅଦାଲତ ସେପ୍ଟେମ୍ବରୁ ୨୦୧୭କୁ ପୁଅକୁ ପାଳନ ପାଇଁ ସେହି ବ୍ୟକ୍ତିକୁ ୨୦ ହଜାର ଟଙ୍କା ପ୍ରତି ମାସରେ ଦେବା ପାଇଁ ଆଦେଶ ଦେଇଥିଲେ । ପରେ ସେ ହାଇକୋର୍ଟକୁ ଯାଇଥିଲେ ସେଠାରେ ରାୟରେ କୌଣସି ସୁବିଧା ନମିଳିବାରୁ ସେ ସୁପ୍ରିମ କୋର୍ଟ ଯାଇଥିଲେ ।
ସରକାରୀ କର୍ମୀଙ୍କ କହିବା ଅନୁସାରେ ସୁପ୍ରିମ କୋର୍ଟରେ ଏହା କୁହାଇଥିିଲା ଯେ, ତାକୁ ମାସକୁ ପ୍ରାୟ ୨୧ ହଜାର ଟଙ୍କା ହିଁ ବେତନ ମିଳୁଛି । କର୍ମୀ ଜଣକ ଦ୍ୱିତୀୟ ବିବାହ ମଧ୍ୟ କରିଛନ୍ତି ଓ ତାଙ୍କର ୨ ଟି ଛୁଆ ମଧ୍ୟ ଅଛନ୍ତି । ଏହି ସ୍ଥିତିିରେ ପ୍ରଥମ ପତ୍ନୀଙ୍କ ଠାରୁ ହୋଇଥିବା ପୁଅ ପାଇଁ ୨୦ ହଜାର ଟଙ୍କା ଦେବା ଅସମ୍ଭବ ଅଟେ ।

ଏଥିରେ ପୁଅର କ’ଣ ଦୋଷ ?

ସରକାରୀ କର୍ମୀଙ୍କ ତରଫରୁ ଓକିଲ ସୁପ୍ରିମ କୋର୍ଟରେ କହିଥିଲେ ଯେ, ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଛାଡପତ୍ର ହୋଇଥିଲା କାରଣ ପତ୍ନୀଙ୍କର ଅନ୍ୟ ଜଣେ ବ୍ୟକ୍ତିଙ୍କ ସହ ଅବୈଧ ସମ୍ପର୍କ ଥିଲା । ଏହାକୁ ପୀଠ ଖଣ୍ଡନ କରି କହିଥିଲେ ଯେ, ଏଥିରେ ପୁଅର କୌଣସି ଦୋଷ ନାହିଁ ।
ପୀଠ ଏହ ମଧ୍ୟ କହିଥିଲେ ଯେ, ଯେତେବେଳେ ,ଆପଣ ଦ୍ୱିତୀୟ ବିବାହ କଲେ ସେତେବେଳେ ଆପଣଙ୍କ ଜାଣିବା କଥା କି ପ୍ରଥମ ବିବାହରେ ଜନ୍ମ ହୋଇଥିବା ପୁଅକୁ ମଧ୍ୟ ପାଳିବାର ଅଛି ।

୧୦ ହଜାର ଟଙ୍କା ପ୍ରତି ମାସରେ ଦେବାକୁ ହେବ

କୋର୍ଟରେ ପୁଅ ଓ ପ୍ରଥମ ପତ୍ନୀଙ୍କ ଓକିଲ ଗୌରବ ଅଗ୍ରୱାଲ କହିଥିଲେ ଯେ, ଏହା ଭଲ ହେବ ଯଦି ବାପାଙ୍କୁ ପ୍ରତି ମାସରେ ପୁଅକୁ ପାଳିବା ପାଇଁ କମ ଟଙ୍କା ଦିଅନ୍ତୁ ଓ ଏହା ସ୍ନାତକ ଡିଗ୍ରୀ କରିବା ଯାଏଁ ଜାରି ରହୁ ।
ପୀଠ ଏହି ପ୍ରସ୍ତାବକୁ ସଠିିକ କହି, ବ୍ୟକ୍ତିକୁ ମାର୍ଚ୍ଚ ୨୦୨୧ ଠାରୁ ପୁଅର ଦେଖାରେଖା କରିବା ପାଇଁ ମାସକୁ ୧୦ ହଜାର ଠଙ୍କା ଦେବାକୁ କହିଛନ୍ତି । ଏହାସହ ପ୍ରତି ବର୍ଷ ୧ ଟଙ୍କ ବଢାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking