40.1 C
Bhubaneswar
Thursday, April 25, 2024
HomeUncategorizedବିଜୁ ବାବୁଙ୍କ ଜୟନ୍ତୀରେ ସାଇକେଲ ରାଲି

ବିଜୁ ବାବୁଙ୍କ ଜୟନ୍ତୀରେ ସାଇକେଲ ରାଲି

ଭୁବନେଶ୍ୱର : ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୫ତମ ଜୟନ୍ତୀ ଅବସରରେ ଆଜି ବିଜେଡି ପକ୍ଷରୁ ସାଇକେଲ ଶୋଭାଯାତ୍ରା କରାଯାଇଛି । ଛାତ୍ର ଓ ଯୁବ ବିଜେଡି ପକ୍ଷରୁ ଏହି ରାଲିର ଆୟୋଜନ କରାଯାଇଛି । ତାଙ୍କର ଏହି ଯାତ୍ରାକୁ ମନେ ପକାଇବା ପାଇଁ କଟକ ଆନନ୍ଦଭବନରୁ ଭୁବନେଶ୍ୱର ଏୟାରପୋର୍ଟ ଯାଏ ସାଇକଲ ଶୋଭାଯାତ୍ରା କରାଯାଇଛି । ବହୁ ମନ୍ତ୍ରୀ, ବିଧାୟକ ଓ ସାଂସଦ ସାଇକେଲ ରାଲିରେ ସାମିଲ ହୋଇଥିଲେ। ଏୟାରପୋର୍ଟରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଛି । ବିଜୁ ବାବୁ ଯୁବ ଗୋଷ୍ଠୀଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି ନେତାମାନେ କହିଛନ୍ତି।

୧୯୯୭ ଏପ୍ରିଲ ୧୭ ତାରିଖରେ ଏହି ମହାନାୟକଙ୍କର ଦେହାନ୍ତ ହୋଇଥିଲା। ବିଜୁବାବୁଙ୍କ ଅବଦାନ କେବଳ ଓଡ଼ିଶାକୁ ନୁହେଁ, ସମଗ୍ର ଦେଶରେ ମଧ୍ୟ ଅତୁଳନୀୟ। ସୂଚନାଯୋଗ୍ୟ ଯେ, ମାର୍ଚ୍ଚ ୫ ତାରିଖରେ ବିଜୁବାବୁଙ୍କ ଜନ୍ମବାର୍ଷିକୀ ଅବସରରେ ବିଜୁ ଯୁବ ଓ ଛାତ୍ର ଜନତା ପକ୍ଷରୁ ସାଇକେଲ ରାଲି କରାଯିବ ବୋଲି ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ଏକ ପ୍ରେସ୍ ମିଟରେ ସୂଚନା ଦେଇଥିଲେ । ମାର୍ଚ୍ଚ ୫ ତାରିଖରୁ ଏପ୍ରିଲ ମାସ ୧୭ ତାରିଖ ପର୍ଯ୍ୟନ୍ତ ‘ମୋ ପରିବାର-ଜୀବନ ବୀନ୍ଦୁ’ କାର୍ଯ୍ୟକ୍ରମର ଆୟୋଜନ କରାଯିବ ବୋଲି କୁହାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking