30.1 C
Bhubaneswar
Monday, May 6, 2024
Homeବଲିଉଡମୀରାଙ୍କୁ ଯେତେ କହିଲେ ବି ସେ ସକାଳୁ ଉଠିପାରନ୍ତି ନାହିଁ : ସାହିଦ କପୁର

ମୀରାଙ୍କୁ ଯେତେ କହିଲେ ବି ସେ ସକାଳୁ ଉଠିପାରନ୍ତି ନାହିଁ : ସାହିଦ କପୁର

ମୁମ୍ବାଇ : ବବଲିଉଡ୍‌ ଅଭିନେତା ସାହିଦ କପୁର ଓ ପତ୍ନୀ ମୀରା ରାଜପୁତ ଇଣ୍ଡଷ୍ଟ୍ରିର ସୁନ୍ଦର ଯୋଡ଼ି। ଦୁହେଁ ଅଧିକାଂଶ ସମୟରେ ପରସ୍ପର ବିଷୟରେ କିଛି ନା କିଛି ଟୀକାଟିପ୍ପଣୀ କରିଥାଆନ୍ତି। ନିକଟରେ ସାହିଦ କହିଛନ୍ତି ଯେ ପତ୍ନୀ ମୀରାଙ୍କର ଗୋଟାଏ ଅଭ୍ୟାସ ତାଙ୍କୁ ଖୁବ୍‌ ବିବ୍ରତ କରେ। ସାହିଦଙ୍କ କହିବା କଥା ହେଲା, ମୀରାଙ୍କୁ ଯେତେ କହିଲେ ବି ସେ ସକାଳୁ ଉଠିପାରନ୍ତି ନାହିଁ। ୯ଟା ପର୍ଯ୍ୟନ୍ତ ସେହିପରି ବିଛଣାରେ ପଡ଼ିରହିଥାନ୍ତି। ସାହିଦ ଯେତେବେଳେ ତାଙ୍କୁ ଉଠାଇବାକୁ ଚେଷ୍ଟା କରନ୍ତି ତ ସେ ଆଡୁସାଡୁ ଗପିବା ଆରମ୍ଭ କରନ୍ତି। ସେ ଆହୁରି ବି କହିଛନ୍ତି କି ମୀରା ତାଙ୍କୁ ତାଙ୍କର କୌଣସି ବି ଭଲ କାମ ପାଇଁ ଶ୍ରେୟ ଦିଅନ୍ତି ନାହିଁ। ତେବେ ସାହିଦ କେବଳ ପତ୍ନୀଙ୍କ ବିରୋଧରେ ଅଭିଯୋଗ କରିନାହାନ୍ତି, ପ୍ରଶଂସା ବି କରିଛନ୍ତି। ସେ କହିଛନ୍ତି, ‘‘ମୀରା ବହୁତ ସୁନ୍ଦର, ତାଙ୍କ ହସ ସବୁଠାରୁ ସୁନ୍ଦର। ମୀରା ଖୁବ୍‌ ବୁଦ୍ଧିମତୀ। ସେ ଜଣେ ଭଲ ଓ ସଚ୍ଚୋଟ ମଣିଷ, ତାଙ୍କ ଭଳି ଖୁବ୍ କମ୍ ଲୋକ ସଂସାରରେ ମିଳିବେ।’’ ଯେତେବେଳେ ସାହିଦଙ୍କୁ ୩୪ ଓ ମୀରାଙ୍କୁ ୨୦ ବର୍ଷ ହୋଇଥିଲା, ସେତେବେଳେ ସେ ଦୁହେଁ ପରସ୍ପରଙ୍କୁ ପ୍ରଥମେ ଭେଟିଥିଲେ। ସାହିଦ ଏକ ସାକ୍ଷାତ୍‌କାରରେ କହିଥିଲେ ଯେ ଅଧିକ ବୟସ ବ୍ୟବଧାନ ଥିବାରୁ ତାଙ୍କୁ ଆରମ୍ଭରୁ ମୀରାଙ୍କ ସହ କଥା ହେବାକୁ ଟିକେ ଅସହଜ ଲାଗିଥିଲା। ମାତ୍ର ଥ‌ରେ କଥା ହେବା ପରେ ମୀରା ତାଙ୍କୁ ଭଲ ଲାଗିଥିଲେ। ତା’ପରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଆପଣ ଜାଣିଥିବେ ‌ଯେ ସାହିଦ ଓ ମୀରା ବାପା-ମା’ ହୋଇ ସାରିଛନ୍ତି। ଝିଅ ମିଶା ଓ ପୁଅ ଜୈନକୁ ନେଇ ଦୁଇଜଣଙ୍କ ସୁଖୀ ସଂସାର।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking