40.1 C
Bhubaneswar
Saturday, April 27, 2024
Homeଓଡିଶାମିଳୁନି କୌଣସି ସରକାରୀ ସୁବିଧା : ନିରୀହ ଆଦିବାସୀଙ୍କ ଉପରେ ଦାଉ ସାଜିଛି ପ୍ରଶାସନ

ମିଳୁନି କୌଣସି ସରକାରୀ ସୁବିଧା : ନିରୀହ ଆଦିବାସୀଙ୍କ ଉପରେ ଦାଉ ସାଜିଛି ପ୍ରଶାସନ

ବିଷମକଟକ : ରାଜ୍ୟ ସରକାର ଜନ୍ମରୁ ମୃତ୍ୟୁ ଯାଏ ଯୋଜନା ଗୁଡିକ କରି ଜନତା ଜନାର୍ଦ୍ଧନଙ୍କ ପାଇଁ ବିକାଶକୁ ମୂଳ ମନ୍ତ୍ର ରୂପେ ଗ୍ରହଣ କରି ବହାସ୍ପୋଟ ନେଉଥିବାବେଳେ ରାୟଗଡ଼ା ଜ଼ୀଲ୍ଲା ବିଷମକଟକ ବ୍ଲକର ଚାଟିକୋଣା ପଂଚାୟତର ମାର୍ଥା ଗୁଡା ଗାଁ ରେ ସରକାରୀ ସୁବିଧା ମିଳିନଥିବା ଅଭିଯୋଗ କରିଛନ୍ତି। ମାର୍ଥାଗୁଡା ଗାଁ ରେ ରୁହନ୍ତି ୩୫ ରୁ ୪୦ ଆଦିବାସୀ ପରିବାର ।

ନିଜ ପଞ୍ଚାୟତ ଚାଟିକୋଣାରୁ ମାତ୍ର ୫କିଲୋମିଟର ଦୂରରେ ରହି କେବଳ କଣ୍ଟ୍ରୋଲ ଚାଉଳ ଓ କିରାସିନି ବ୍ୟତୀତ ଅନ୍ୟ କୌଣସି ସରକାରୀ ସୁବିଧା ପାଉ ନ ଥିବା ଜଣେଇଛନ୍ତି । ଏଠି ଅନେକ ବିଧବା , ବୃଧା ବସକରୁଥିବା ବେଳେ ସାଧାରଣ ରେ ମିଳୁନି ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା କି ଭିନ୍ନକ୍ଷମ ଭତ୍ତା ପ୍ରଶାସନିକ ଅଧିକାରୀ ଓ ସରପଞ୍ଚଙ୍କ ଠାରେ ଲିକ୍ଷିତାଙ୍କରେ ଦେଇ ଦେଇ ଫଳ ସୁନ ହୋଇଥିବାବରୁ ମିଡ଼ିଆ ଆଗରେ ଗୁହାରି କରିଛନ୍ତି ନିରୀହ ନିଷ୍କପଟ ଆଦିବାସୀ ।

ଅନ୍ୟ ଦିଗରେ ଦେଖିବାକୁ ଗଲେ ଏଠାରେ ଆବାସ ଯୋଜନାରେ ଏମାନଙ୍କ ପାଇଁ ସାତ ସପନ ପାଲଟିବା କହିଛନ୍ତି । ସରକାରୀ ସୁବିଧା କଣ କେବଳ ସହରୀ ଙ୍କ ପାଇଁ ଏହା ଏକ ପ୍ରଶ୍ନ ବାଚି ସୃଷ୍ଟି ହେଉଥିବାବେଳେ , ଆଗାମୀ ନିର୍ବାଚନରେ ଭୋଟ ବର୍ଜନ ପାଇଁ ବି ଆଦିବାସୀ ମୁଣ୍ଡ ଟାଣ କରିବାକୁ ଲାଗିଲେଣି ।

ଏ ସଂକ୍ରାନ୍ତରେ ଆମେ ଆଜି ଆଦିବାସୀ କଲ୍ୟାଣ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକାଙ୍କ ଦୃଷ୍ଟି ଆକର୍ଷଣ କରିଥିଲୁ ସେ ଅତିଶୀଘ୍ର ସେଇ ଗାଁ କୁ ଯାଇ ସବୁ ସମସ୍ୟା ର ସମାଧାନ ଦିଗରେ ଦୃଷ୍ଟି ଦେବେ ବୋଲି କହିଛନ୍ତି । ନିରୀହ ଆଦିବାସୀଙ୍କ ସ୍ୱଳ୍ପ ଶିକ୍ଷା ପାଇଁ ସେମାନେ ଗୁହାରି କରି କରି ଥକି ଯାଇଥିବା ବେଳେ କେବେ ସରକାରୀ ବାବୁ ମାନେ ସେମାନଙ୍କ ପାଇଁ ବିକାଶ ଦିଗରେ ଦୃଷ୍ଟି ଦେବେ ସମୟ କୁ ହିଁ ଜଣା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking