28.1 C
Bhubaneswar
Saturday, April 27, 2024
Homeଓଡିଶାନିଟ୍ ୟୁଜି ନାମଲେଖା ଲାଗି ୪୫୦୦ ପଞ୍ଜିକରଣ : ୨୭ରେ ଫାଇନାଲ ଷ୍ଟେଟ ମେରିଟ ଲିଷ୍ଟ

ନିଟ୍ ୟୁଜି ନାମଲେଖା ଲାଗି ୪୫୦୦ ପଞ୍ଜିକରଣ : ୨୭ରେ ଫାଇନାଲ ଷ୍ଟେଟ ମେରିଟ ଲିଷ୍ଟ

ଭୁବନେଶ୍ୱର:  ରାଜ୍ୟର ବିଭିନ୍ନ ସରକାରୀ ମେଡିକାଲ କଲେଜ ଓ ହାଇଟେକ ମେଡିକାଲ କଲେଜର ଏମବିବିଏସ ଓ ବିଡିଏସ (ୟୁଜି) ସିଟରେ ନାମଲେଖାଇବା ଲାଗି ଓଜେଇଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ୧୨ରୁ ୧୮ ତାରିଖ ଯାଏଁ ପଞ୍ଜିକରଣ ଚାଲିଥିଲା ।  ଓଜେଇଇ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ ୧୮ ତାରିଖ ସଂଧ୍ୟା ସୁଦ୍ଧା ୪ହଜାର ୫୦୦ ପ୍ରାର୍ଥୀ ନାମ ଲେଖାଇବା ଲାଗି ପଞ୍ଜିକରଣ ପରିଛନ୍ତି ।  ସେହିଭଳି ୨୪ ତାରିଖ ସଂଧ୍ୟା ୫ଟା ସମୟରେ ପ୍ରୋଭିଜନାଲ ମେରିଟ ଲିଷ୍ଟ ଏବଂ ୨୭ ତାରିଖରେ ଫାଇନାଲ ଷ୍ଟେଟ ମେରିଟ ଲିଷ୍ଟ ପ୍ରକାଶ ପାଇବ ପାଇବ ବୋଲି ଓଜେଇଇ ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦ ସୂଚନା ଦେଇଛନ୍ତି ।

ନିଟ୍ ୟୁଜି ୨୦୨୧ରେ କୃତକାର୍ଯ୍ୟ ହୋଇଥିବା ପିଲାଙ୍କ ପଞ୍ଜିକରଣ ଆଧାରରେ ନାମଲେଖା ତାଲିକା ପ୍ରକାଶ ପାଇବ ବୋଲି ଓଜେଇଇ ପକ୍ଷରୁ କୁହାଯାଇଛଇ । ଛାତ୍ରଛାତ୍ରୀମାନେ ଓଜେଇଇର ୱେବ ସାଇଟ ମାଧ୍ୟମରେ ପଞ୍ଜିକରଣ, ଡକ୍ୟୁମେଣ୍ଟ ଭେରିଫିକେସନ ଏବଂ ଷ୍ଟେଟ ମେରିଟ ଲିଷ୍ଟ ସମ୍ବନ୍ଧୀୟ ସମସ୍ତ ବିବରଣୀ ପାଇପାରିବେ ।  ଚଳିତ ବର୍ଷ ରାଜ୍ୟରେ ମେଡିକାଲ ସିଟ୍ ସଂଖ୍ୟା ୧୩୫୦ରୁ ବୃଦ୍ଧି ପାଇ ୧୪୫୦ ହୋଇଛି ।  ପ୍ରଥମ ଥର ପାଇଁ ପୁରୀ ଶ୍ରୀଜଗନ୍ନାଥ ମେଡିକାଲ କଲେଜ ପାଇଁ ୧୦୦ ସିଟରେ ଛାତ୍ରଛାତ୍ରୀଙ୍କ ଆଡମିଶନ ହେବ । ଏଥିଲାଗି ୧୮ ତାରିଖ ପର୍ଯ୍ୟନ୍ତ ଅନଲାଇନ ଆବେଦନ, ଫି ଡିପୋଜିଟ କରାଯିବ ।  ସେହିଭଳି ପଞ୍ଜିକରଣ ଜନିତ କୌଣସି ପ୍ରକାର ସମସ୍ୟା ଏବଂ ଆପତ୍ତି ଅଭିଯୋଗ ପାଇଁ ୨୫ ଓ ୨୬ ଦୁଇ ଦିନସମୟ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking