30.1 C
Bhubaneswar
Thursday, April 25, 2024
Homeଓଡିଶାନ୍ୟାୟ ପାଇବାକୁ ସ୍ୱାମୀଙ୍କ ଘର ଆଗରେ ପତ୍ନୀଙ୍କ ଧାରଣା

ନ୍ୟାୟ ପାଇବାକୁ ସ୍ୱାମୀଙ୍କ ଘର ଆଗରେ ପତ୍ନୀଙ୍କ ଧାରଣା

ବଲାଙ୍ଗୀର: ବଲାଙ୍ଗୀରରେ ତପସ୍ୱିନୀ ଘଟଣାର ପୁନରାବୃତ୍ତି । ଟିକ୍ରପଡାରେ ନ୍ୟାୟ ପାଇଁ ସ୍ୱାମୀଙ୍କ ଘର ଆଗରେ ଧାରଣା ଦେଇଛନ୍ତି ସ୍ତ୍ରୀ ଲୋପାମୁଦ୍ରା ମିଶ୍ର । ଖବର ଅନୁସାରେ, ଟିକ୍ରପଡାରେ ବାସୁଦେବ ମିଶ୍ର ଓ ତାଙ୍କ ସ୍ତ୍ରୀ ଲୋପାମୁଦ୍ରାଙ୍କ ମଧ୍ୟରେ ୨୦୧୮ ମସିହାରେ କୌଣସି କାରଣକୁ ନେଇ ବିବାଦ ଦେଖାଦେଇଥିଲା । ଏହାପରେ ଲୋପାମୁଦ୍ରା ନିଜ ବାପ ଘର ସମ୍ବଲପୁରକୁ ଯାଇଥିଲେ ।

ଏବେ ଛାଡପତ୍ର ପାଇଁ କୋର୍ଟରେ ମାମଲା ଚାଲିଛି । ଏହି ସମୟରେ ହଠାତ ସ୍ୱାମୀଙ୍କ ଘର ଆଗରେ ଧାରଣା ଦେବା ଆରମ୍ଭ କରିଛନ୍ତି ଲୋପାମୁଦ୍ରା । ଲୋପାମୁଦ୍ରା ସମ୍ବଲପୁରରୁ ଆସି ଗତ କିଛି ମାସ ହେଲା ବଲାଙ୍ଗିରରେ ରହୁଥିଲେ । ଘର ମାଲିକ ଘରୁ ବାହାର କରିଦେବାରୁ ସ୍ୱାମୀଙ୍କ ସହିତ ରହିବା ପାଇ ଜିଦ କରି ଲୋପାମୁଦ୍ରା ଧାରଣାରେ ବସିଛନ୍ତି । ସଖି ସେଣ୍ଟର ପକ୍ଷରୁ ମାମଲାର ସମାଧାନ ପାଇଁ ଉଦ୍ୟମ ହୋଇଥିଲେ ବି ଏହା ସଫଳ ହୋଇନାହିଁ । ସାଙ୍ଗରେ ଏକ ସାତବର୍ଷର ପୁଅକୁ ଧରି ରାତିସାରା ସ୍ୱାମୀଙ୍କ ଘର ଆଗରେ ଧାରଣାରେ ବସିଛନ୍ତ ଲୋପାମୁଦ୍ରା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking