28.1 C
Bhubaneswar
Saturday, April 27, 2024
Homeଓଡିଶାନୀଳାଚଳ କର୍ମଚାରୀଙ୍କ ଜୀବନ ଜୀବିକା ପାଇଁ ଅଣ୍ଟା ଭିଡିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ

ନୀଳାଚଳ କର୍ମଚାରୀଙ୍କ ଜୀବନ ଜୀବିକା ପାଇଁ ଅଣ୍ଟା ଭିଡିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ

ଯାଜପୁର : ଯାଜପୁର ଜିଲ୍ଲାର କାଲିଙ୍ଗନଗର ସ୍ଥିତ ରାଷ୍ଟ୍ରାୟତ ଉଦ୍ୟୋଗ ନୀଳାଚଳ ଇସ୍ପାତର ଦୟନୀୟ ପରିସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି । କର୍ମଚାରୀମାନଙ୍କୁ 9 ମାସ ହେଲା ଦରମା ମିଳୁନି କିମ୍ବା କାରଖାନା ଚାଲୁନି । ନୀଳାଚଳ ବଞ୍ଚାଓ ମିଳିତ ମଞ୍ଚ ନେତୃତ୍ୱରେ ଅନେକ ଆନ୍ଦୋଳନ ,ଅନୁରୋଧ ମୁଳକ ଚିଠି , ବିଭିନ୍ନ ରାଜନୈତିକ ଦଳର ନେତାଙ୍କ ଚିଠିପତ୍ର ,ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ପରେ ମଧ୍ୟ ସମାଧାନ ବାଟ ବାହାରୁ ନାହିଁ । ଗତ 30/10/2020ରିଖରେ ନୀଳାଚଳ ବଞ୍ଚାଓ ମିଲିତ ମଞ୍ଚ ଓ କର୍ମଚାରୀ ପ୍ରତିନିଧିମନେ ଭୁବନେଶ୍ୱର ସାଂସଦ ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡଙ୍ଗୀଙ୍କୁ ଭେଟି ଏକ ବୈଠକ ମାଧ୍ୟମରେ ନୀଳାଚଳ ସମ୍ପର୍କିୟ ସମସ୍ତ ସମସ୍ୟା ଆଲୋଚନା କରିଥିଲେ । ନୀଳାଚଳକୁ ବେଆଇନ ଭାବେ ବନ୍ଦ କରି ଦରମା ନଦେବା ଲାଭବାନ କାରଖାନାକୁ ଭୁଲ ତଥ୍ୟ ଦେଇ ଘରୋଇକରଣ କରିବା କାର୍ଯ୍ୟ ପାଇଁ ମୁଖ୍ୟ ଅଂଶୀଦାର ଏମ ଏମ ଟି ସି ଏବଂ ଅନ୍ୟ ଅଂଶୀଦାର ଦାୟୀ ବୋଲି ଅବଗତ କରିଥିଲେ ।ସମସ୍ତ ତଥ୍ୟ ଶୁଣିବା ପରେ ମାନ୍ୟବର ସାଂସଦ ଅପରାଜିତା ଷଡ଼ଙ୍ଗୀ ନୀଳାଚଳ କର୍ତ୍ତୃପକ୍ଷ ,ଏମ ଏମ ଟି ସି କର୍ତ୍ତୃପକ୍ଷ ଏବଂ ବିଭାଗୀୟ ମନ୍ତ୍ରୀଙ୍କ ସହ ଆଲୋଚନା କରି ନୀଳାଚଳର ଦୟନୀୟ ପରିସ୍ଥିତି ସୁଧାର ପାଇଁ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।ଓ ଏନ ରେ ନୀଳାଚଳ କାରଖାନା ସମ୍ପର୍କ ରେ ପ୍ରସାରଣ କରିବା ଦ୍ଵାର ସରକାର ଓ ଜନ ପ୍ରତିନିଧି ମାନେ ନୀଳାଚଳ ବଞ୍ଚା ଓ ପାଇଁ ସମାଧାନ ର ବାଟ ବାହାର କରିବା ପାଇଁ ମସୁଧା ଚଳାଇ ଛନ୍ତି ଭୁବନେଶ୍ୱର ଏମ ପି ଅପରାଜିତା ଷଡ଼ଙ୍ଗୀ ଏହି କାରଖାନା ର ଭବିଷ୍ୟତ ଓ କର୍ମଚାରୀ, ଶ୍ରମିକ ମାନଙ୍କ ପାଇଁ ବିହିତ ପଦକ୍ଷେପ ନେବା ପାଇଁ ଉଦ୍ୟମ କୁ ନୀଳାଚଳ ନିଗମ କର୍ମଚାରୀ ଓ ଶ୍ରମିକ ମାନଙ୍କ ମଧ୍ୟରେ ନିରାଶ କୁ ଆଶା ସଂଚାର କରିଛ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking