28.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗନୀଳାଚଳ ଇସ୍ପାତ ନିଗମ କାରଖାନାକୁ ନେଇ ପୁଣି ଶ୍ରମିକ ଅଶାନ୍ତି

ନୀଳାଚଳ ଇସ୍ପାତ ନିଗମ କାରଖାନାକୁ ନେଇ ପୁଣି ଶ୍ରମିକ ଅଶାନ୍ତି

ଯାଜପୁର: ଯାଜପୁର ଜିଲ୍ଲା କଳିଙ୍ଗନଗର ସ୍ଥିତ ନୀଳାଚଳ ଇସ୍ପାତ ନିଗମ କାରଖାନାକୁ ନେଇ ପୁଣି ଶ୍ରମିକ ଅଶାନ୍ତି । ୭ ମାସର ବକେୟା ଦରମା ଓ କାରଖାନାକୁ ପୁନଃ କାର୍ଯ୍ୟକ୍ଷମ କରିବା ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଶ୍ରମିକ ଓ କର୍ମଚାରୀ। ଆଜି ଡୁବୁରୀ ଛକ ଠାରେ ଶତାଧିକ ଶ୍ରମିକ କର୍ମଚାରୀ ଓ ବିସ୍ଥାପିତ ପରିବାର ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ଅର୍ଥନୈତିକ ଅବରୋଧ କରାଯାଇଛି। ରାସ୍ତା ଅବରୋଧ ଫଳରେ ଶିଳ୍ପାଞ୍ଚଳରେ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଛି। ଘଟଣାସ୍ଥଳରେ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି। ସୂଚନା ମୁତାବକ କଳିଙ୍ଗନଗ ଶିଳ୍ପାଞ୍ଚଳରେ ପ୍ରତିଷ୍ଠା ଏକମାତ୍ର ରାଷ୍ଟ୍ରାୟତ ଉଦ୍ୟୋଗ ନୀଳାଚଳ ଇସ୍ପାତ ନିଗମ କାରଖାନା ୮ ମାସରୁ ଊର୍ଦ୍ଧ୍ବ ହେବ ସମ୍ପୂର୍ଣ୍ଣ ଅଚଳ ହୋଇଯାଇଛି। ଫଳରେ ୫ ହଜାରରୁ ଉର୍ଦ୍ଧ୍ଵ ଶ୍ରମିକ ଓ କର୍ମଚାରୀ ଜୀବିକା ହରାଇଛନ୍ତି। ତେବେ କାରଖାନାକୁ ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ପୂର୍ବରୁ ବାରମ୍ବାର ଦାବୀ ହୋଇ ଆସୁଥିଲେ ମଧ୍ୟ ଏଯାଏ କୌଣସି ସୁଫଳ ମିଳିନାହିଁ। ଏଥିସହିତ ୭ ମାସ ହେବ ଶ୍ରମିକ ଓ କର୍ମଚାରୀ ମାନେ ଦରମା ପାଇନାହାନ୍ତି। ତେଣୁ ବାଧ୍ୟ ହୋଇ ଆଜି ଶ୍ରମିକ ଓ କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଏହି କାରଖାନା ବନ୍ଦ ହେବା ଫଳରେ ହଜାର ହଜାର ପରିବାର ଏବେ ଭୋକ ଉପାସ ରେ ଦିନ କାଟୁଛନ୍ତି। କାରଖାନା ରେ କ୍ରମାଗତ କ୍ଷତି ହେବା ଏବଂ ପରିଚାଳନା ଗତ ସମସ୍ୟା ଯୋଗୁଁ ନିକଟରେ କେନ୍ଦ୍ର ସରକାର ଏହି କାରଖାନା ରୁ ନିଜ ପୁଞ୍ଜି ପ୍ରତ୍ୟାହାର କରି ନେଇଛନ୍ତି। ଏହାକୁ କୌଣସି ଘରୋଇ ସଂସ୍ଥା ହାତକୁ ଟେକି ଦେବା ନେଇ ମସୁଧା ଚାଲିଥିବା ମଧ୍ୟ ଅଭିଯୋଗ ହୋଇଛି। ତେଣୁ ଏହି କାରଖାନାକୁ ସେଲ ସହ ମିଶ୍ରଣ କରି ପୁନଃ ଚାଲୁ କରିବାକୁ ଦାବି କରାଯାଇଛି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି ଶ୍ରମିକ କର୍ମଚାରୀ ଏବଂ ବିସ୍ଥାପିତ ପରିବାର।2ଜଣ କର୍ମ ଚାରି ଆତ୍ମ ହୂତି ଦେଉ ଥିବା ଉଦ୍ୟମ କରୁଥିବା ସମୟରେ ପୋଲିସ ସେମାଙ୍କୁ ନେହି ଯାଇ ଥିଲେ ଏହି କାରଖାନା ରେ ବିସ୍ଥାପିତ ହୋଇ ଥିବା ପରିବାର ଆନ୍ଦୋଳନ ନ ରେ ସାମିଲୀ ହୋଇ ଥିଲେ ଆନ୍ଦୋଳନ ନକୂ ଜୋର ଧାରେ କରାଯିବ ବୋଲି ଆନ୍ଦୋଳନ କାରି ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking