28.1 C
Bhubaneswar
Saturday, April 27, 2024
Homeଓଡିଶାଯାଜପୁରପ୍ରଶାସନ ସ୍ତରରେ ନୀଳାଚଳ ଠିକା ଶ୍ରମିକଙ୍କ ଦାବି ସମ୍ପର୍କରେ ଆଲୋଚନା

ପ୍ରଶାସନ ସ୍ତରରେ ନୀଳାଚଳ ଠିକା ଶ୍ରମିକଙ୍କ ଦାବି ସମ୍ପର୍କରେ ଆଲୋଚନା

ଯାଜପୁର: ଯାଜପୁର ଜିଲ୍ଲାର କଳିଙ୍ଗନଗର ଶିଳ୍ପା ଅଞ୍ଚଳ ରେ ଥିବା ନୀଳାଚଳ ଇସ୍ପାତ ନିଗମ କୁ ଟାଟା ଲଙ୍ଗ ପ୍ରଡକ୍ଟ କିଣି ନେଇ ଥିବାରୁ ନୀଳାଚଳ ଇସ୍ପାତ ନିଗମ ରେ କାର୍ଯ୍ୟ କରୁ ଥିବା ୨୫୦୦ଉର୍ଦ୍ଧ ଶ୍ରମିକ ମାନଙ୍କ ଭବିଷ୍ୟତ ଅନ୍ଧାର ହୋଇଛି । ଠିକା ଶ୍ରମିକ ମାନେ ପୁନଃ ନିଯୁକ୍ତି ଓ ବାକିଆ ପାଉଣା ପାଇଁ ଦାବି କରି ଦାବି ପତ୍ର ଜିଲ୍ଲା ପ୍ରଶାସନ କୁ ଜଣାଇ ଥିଲେ.ା ଦାବି କୁ ପୂରଣ ନ କଲେ ଆନ୍ଦୋଳନ ର ଧମକ ଦେଇ ଥିଲେ । ଦାବି ସମ୍ପର୍କ ରେ ପ୍ରଶାସନ ସ୍ତର ରେ ଆଲୋଚନା କରିବା ପାଇଁ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର ଶ୍ରମ କାର୍ଯ୍ୟଳୟରେ ବୈଠକ କରି ଦାବି ସମ୍ପର୍କ ରେ ଆଲୋଚନା କରିଥିଲେ । ଏହି ବୈଠକ ରେ ଯୁଗ୍ମ ଶ୍ରମ କମିଶନ କଳିଙ୍ଗନଗର ଅତିରିକ୍ତ ଏସ ପି କଳିଙ୍ଗନଗର ଥାନ ଅଧିକାର ଓ ନୀଳାଚଳ ର ମ୍ୟାନେଜେମେଣ୍ଟ ଠିକା ସଂଘ ର ଦୁଇ ସଂଗଠନ ର ନେତ୍ରୁବୃନ୍ଦ ସହ ଆଲୋଚନାକରିଥିଲେ । ବୈଠକ ରେ ୩ ଦଫା ଦାବି ଉପରେ ଆଲୋଚନା ହେଲା । ସମସ୍ତେ ଉପଲବ୍ଧି କଲେ ପ୍ରକୃତରେ ଠିକା ଶ୍ରମିକ ମାନେ ଏପ୍ରିଲ, ମେ, ଜୁନ କାର୍ଯ୍ୟ କରିଛନ୍ତି । ୨ ବର୍ଷର ବୋନସ ବାକିଅଛି । ଠିକା ଶ୍ରମିକ ଶ୍ରମିକ ପୁନଃ କାର୍ଯ୍ୟରେ ନିଯୁକ୍ତ ହେବେ ଟାଟା ଲଙ୍ଗ ପ୍ରଡକ୍ଟ ଉପରେ ପ୍ରଶାସନ ସ୍ତରରେ ଚାପ ପକାଯିବ ।. ଆସନ୍ତା ୦୪.୦୭.୨୦୨୨ ସୁଦ୍ଧା ଜଣାଇବେ ନହେଲେ ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ ହେବା ସଙ୍ଗେସଙ୍ଗେ ଟାଟା କୁ ପୁରେଇ ଦିଆଯିବନାହିଁ ବୋଲି କଳିଙ୍ଗନଗର ମଜଦୁର ୟୁନିଅନ ଠିକା ଶ୍ରମିକ ର କାର୍ଯ୍ୟକାରୀ ସଭାପତି ସୁଧାଂଶୁ ଶେଖର ସାହୂ ଚେତାବନୀ ଦେଇଛନ୍ତି.ା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking