38.1 C
Bhubaneswar
Tuesday, April 23, 2024
Homeଦେଶ ବିଦେଶଆର୍ଥିକ ସଙ୍କଟରେ ଦିଲ୍ଲୀର ୧୨ଟି କଲେଜ, ୨ ମାସ ହେଲା ଦରମା ମିଳିନି

ଆର୍ଥିକ ସଙ୍କଟରେ ଦିଲ୍ଲୀର ୧୨ଟି କଲେଜ, ୨ ମାସ ହେଲା ଦରମା ମିଳିନି

ନୂଆଦିଲ୍ଲୀ : ଦିଲ୍ଲୀରେ ପ୍ରାୟ ଏକ ଡଜନ କଲେଜରେ ଶିକ୍ଷକ ଏବଂ ଅଣ ଶିକ୍ଷକଙ୍କୁ ମିଳି ନାହିଁ ଦରମା । ଦିଲ୍ଲୀ ବିଶ୍ୱ ବିଦ୍ୟାଳୟ ଅଧୀନରେ ଥିବା ସମସ୍ତ କଲେଜ ଗୁଡିକ ଦିଲ୍ଲୀ ସରକାରଙ୍କ ଦ୍ୱାରା ଅନୁଦାନପ୍ରାପ୍ତ । ଶିକ୍ଷକ ସଂଗଠନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରିବନ୍ଦ କେଜ୍ରିୱାଲ ଏବଂ ଶିକ୍ଷା ମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଅନୁଦାନ ତୁରନ୍ତ ପ୍ରଦାନ କରିବାକୁ ଦାବି ହୋଇଛି । କେବଳ ଦରମା ନୁହେଁ, ବରଂ ମେଡିକାଲ ବିଲ, ଅବସରକାଳୀନ ସୁବିଧା ଏବଂ ଅନ୍ୟାନ୍ୟ ବିକାଶ ଖର୍ଚ୍ଚ ମଧ୍ୟ ପ୍ରଦାନ ହେବ । ଦିଲ୍ଲୀ ବିଶ୍ୱ ବିଦ୍ୟାଳୟର ନୂତନ ଏକାଡେମିକ ଅଧିବେଶନ ଜୁଲାଇ ୨୦ ରୁ ଆରମ୍ଭ ହେବ । ଏହା ପରେ ଆଡମିଶନ ପ୍ରକ୍ରିୟା ଆରମ୍ଭ ହେବ । ଦିଲ୍ଲୀ ସରକାର ଙ୍କ ସହ ଜଡିତ ୧୨ଟି ସମ୍ପୁର୍ଣ୍ଣ ଅନୁଦାନ ପ୍ରାପ୍ତ କଲେଜର ଅନୁଦାନକୁ ତୁରନ୍ତ ମୁକ୍ତ କରିବାକୁ ଡିଟିଆର ସଭାପତି ଡ. ହାନସରାଜ ସୁମନ ମଧ୍ୟ ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀଙ୍କୁ ଠାରୁ ଦାବି କରିଛନ୍ତି । ଗତ ଦୁଇ ମାସ ଧରି କେତେକ ମହା ବିଦ୍ୟାଳୟର ଶିକ୍ଷକ ମାନଙ୍କୁ ଦରମା ନ ଦେବା କାରଣରୁ ଅତିଥି ଶିକ୍ଷକ ଚୁକ୍ତି ଭତ୍ତିକ କର୍ମଚାରୀ ମାନେ ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking