କେନ୍ଦୁଝର: ବାଲି ବୋଝେଇ ହାଇୱା ନେଲା ପୁଣି ଏକ ଜୀବନ । କେନ୍ଦୁଝର ସୋସୋ ଥାନା ବିଦ୍ୟାଧରପୁର ବ୍ୟାରେଜରେ ଶୁକ୍ରବାର ରାତିରେ ରାତ୍ରୀ ଜଗୁଆଳି ଭାବେ କାମ କରୁଥିବା ରାମଚନ୍ଦ୍ର ସାହୁଙ୍କ ଉପରେ ଚଢିଗଲା ବାଲି ବୋଝେଇ ହାଇୱା । ରାତ୍ରୀ ଜଗୁଆଳି ଠାକୁର ପାଟଣା ଗାଁର ରାମଚନ୍ଦ୍ର ସାହୁ ଘରୁ ଆସି ଡ୍ୟୁଟି କରୁଥିବାବେଳେ ହାଇୱା ଧକ୍କା ଦେବାରୁ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି । ଉପଯୁକ୍ତ କ୍ଷତିୂରଣ ଦାବିରେ ଲୋକେ ଶବକୁ ଧରି ରାତି ଉଜାଗର ରହିଥିବା ବେଳେ ସୋସୋ ପୋଲିସ ବୁଝାସୁଝା କରିବା ପରେ ବିଳମ୍ବିତ ରାତିରେ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଦୁର୍ଘଟଣା ଘଟାଇଥିବା ଗାଡିକୁ ପୋଲିସ ଜବତ କରିଛି ।










