34.1 C
Bhubaneswar
Monday, May 25, 2026
Homeଦେଶ ବିଦେଶଲଣ୍ଡନରେ ଅଦିନିଆ ରଥଯାତ୍ରାକୁ ନେଇ ତେଜିଲା ବିବାଦ

ଲଣ୍ଡନରେ ଅଦିନିଆ ରଥଯାତ୍ରାକୁ ନେଇ ତେଜିଲା ବିବାଦ

ନୂଆଦିଲ୍ଲୀ: ଲଣ୍ଡନରେ ଅଦିନିଆ ରଥଯାତ୍ରାକୁ ନେଇ ଅସନ୍ତୋଷ ଝାଡିଲା ୟୁକେ ଓଡିଆ ସୋସାଇଟି । ଏହା ଜଗନ୍ନାଥ ପରମ୍ପରା ଓ ସଂସ୍କୃତି ବିରୋଧୀ ଦର୍ଶାଇ ଲେଖିଲା ଚିଠି । ମେ ୨ ତାରିଖରେ ଆଲୋଚନା ସତ୍ତ୍ୱେ ଅତିଥିରେ ରଥଯାତ୍ରା କରିବାକୁ ନେଇ ଉଦବେଗ ପ୍ରକାଶ କରିଛି ୟୁକେ ଓଡିଆ ସୋସାଇଟି । ତିନି ରଥରେ ମହାପ୍ରଭୁଙ୍କୁ ବସାଇ ରଥଯାତ୍ରା ଅନୁଷ୍ଠିତ କରିଥିଲା ଇସ୍କନ । ଗତକାଲି ଅପରାହ୍ନ ୧୨ଟା ସମୟରେ ଏହି ଅଦିନିଆ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହାକୁ ନେଇ ସବୁରି ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ବାରମ୍ବାର ଇସ୍କନ ତାର ମନମାନି ଜାରି ରଖିଛି । ଅଦିନିଆ ରଥଯାତ୍ରା କରିବା ନେଇ ପ୍ରବାସୀ ଭାରତୀୟମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଆସନ୍ତା ୩୦ ତାରିଖରେ କାନାଡା ଠାରେ ଅଦିନିଆ ରଥଯାତ୍ରା ଅନୁଷ୍ଠିତ ହେବାକୁ ଥିବା ବେଳେ ଲଣ୍ଡନ ଠାରେ ଅଦିନିଆ ରଥଯାତ୍ରା ଅନୁଷ୍ଠିତ ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking