34.1 C
Bhubaneswar
Monday, May 25, 2026
Homeଓଡିଶାଆଜି ପ୍ରକାଶ ପାଇବ ଦଶମ ଶ୍ରେଣୀ ପରୀକ୍ଷା ଫଳ

ଆଜି ପ୍ରକାଶ ପାଇବ ଦଶମ ଶ୍ରେଣୀ ପରୀକ୍ଷା ଫଳ

ଭୁବନେଶ୍ୱର: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷା ଫଳ ଆଜି ପ୍ରକାଶ ପାଇବ। ଅପରାହ୍ମ ୪ଟାରେ ଉନ୍ମୋଚିତ ହେବ ପରୀକ୍ଷା ଫଳ ପୁସ୍ତିକା।ସନ୍ଧ୍ୟା ୬ଟା ପରେ ୱେବସାଇଟରେ ଉପଲବ୍ଧ ହେବ ରେଜଲ୍ଟ। ପରୀକ୍ଷାର୍ଥୀ ମାନେ www.bseodisha.ac.in ଏବଂ www.bseodisha.nic.in ରେ ଲଗଇନ୍ କରି ଜାଣିପାରିବେ। ଏସଏମଏସ ମାଧ୍ୟମରେ ରେଜଲ୍ଟ ଜାଣିପାରିବେ ଛାତ୍ରଛାତ୍ରୀ । ତେବେ ଗତବର୍ଷ ମେ ମାସ ୨ ତାରିଖରେ ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇଥିଲା । ଏବଂ ପାସ ହାର ଥିଲା ୯୬.୦୭ ପ୍ରତିଶତ । ଗତଥର ୨,୬୪୪ଟି ସ୍କୁଲ ଶତ ପ୍ରତିଶତ ରେଜଲ୍ଟ କରିଥିଲେ ଏବଂ ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କର ପାସ ହାର ଅଧିକ ଥିଲା। ତେବେ ବଡ କଥା ହେଉଛି ଚଳିତ ବର୍ଷ ମାଟ୍ରିକ ସାର୍ଟିଫିକେଟ ଓଡିଆରେ ମିଳିବ। ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।ମନ୍ତ୍ରୀ ଆହୁରି କହିଛନ୍ତି, କେବଳ ଓଡିଆ ଲେଖା ରହିଲେ ଛାତ୍ରଛାତ୍ରୀ ଭବିଷ୍ୟତରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଅସୁବିଧାର ସମ୍ମୁଖୀନ ହେବେ। ତେଣୁ ଉଭୟ ଓଡିଆ ଓ ଇଂରାଜୀ ଭାଷା ରଖିବା ନିମନ୍ତେ ସ୍ଥିର କରାଯାଇଛି। ଏହାସହ ଆଗାମୀ ଦିନରେ ଯୁକ୍ତ ଦୁଇରେ ମଧ୍ୟ ସାର୍ଟିଫିକେଟକୁ ଓଡିଆ ଏବଂ ଇଂରାଜୀରେ କରିବାକୁ ଯୋଜନା କରୁଛି ଗଣଶିକ୍ଷା ବିଭାଗ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking