30.1 C
Bhubaneswar
Sunday, May 24, 2026
Homeଓଡିଶାଭୁବନେଶ୍ବର ବିମାନବନ୍ଦରରେ 'ଇବୋଲା' ସତର୍କତା

ଭୁବନେଶ୍ବର ବିମାନବନ୍ଦରରେ ‘ଇବୋଲା’ ସତର୍କତା

ଭୁବନେଶ୍ବର: ପୁଣି ଏବେ ସାରା ବିଶ୍ବରେ ଏକ ନୂଆ ଇବୋଲା ଭାଇରସ୍ ସଂକ୍ରମଣ ମୁଣ୍ଡବିନ୍ଧାର କାରଣ ସାଜିଛି । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏହି ଭାଇରସ୍‌କୁ ନେଇ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛି । ଏହି ଭାଇରସ୍‌ର ଆଫ୍ରିକାର କିଛି ଦେଶଗୁଡ଼ିକରେ ବ୍ୟାପିବାରେ ଲାଗିଛି । ଗୁରୁତ୍ବପୁର୍ଣ୍ଣ କଥା ହେଉଛି ଏହି ରୋଗର କୌଣସି ଟୀକା ବର୍ତ୍ତମାନ ବଜାରରେ ଉପଲବ୍ଧ ନାହିଁ, ଫଳରେ ଆକ୍ରାନ୍ତଙ୍କ କ୍ଷେତ୍ରରେ ମୃତ୍ୟୁ ସଂଖ୍ୟା ବଢିଚାଲିଛି । ତେଣୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ସମସ୍ତଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି । ଏନେଇ କେନ୍ଦ୍ର ସରକାର ପକ୍ଷରୁ ପୂର୍ବ ପ୍ରସ୍ତୁତି ଆରମ୍ଭ ହୋଇଛି । ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ବିମାନବନ୍ଦରରେ ଇବୋଲା ସତର୍କତା ଜାରି କରାଯାଇଛି । ବିମାନ ଯୋଗେ ଆସୁଥିବା ସମସ୍ତ ଯାତ୍ରୀଙ୍କ ଉପରେ କଡ଼ା ନଜର ରଖାଯାଉଛି । ଭୁବନେଶ୍ବର ବିମାନବନ୍ଦରରେ ପ୍ରତ୍ୟେକ ଯାତ୍ରୀଙ୍କର ଥର୍ମାଲ ସ୍କ୍ରିନିଂ କରାଯାଉଛି । ଏହା ସହିତ ଯାତ୍ରୀଙ୍କର ଗତ ୨୧ ଦିନର ଟ୍ରାଭେଲ୍‌ ହିଷ୍ଟ୍ରି ଯାଞ୍ଚ୍ କରାଯାଉଛି । ବିଶେଷକରି ବିଦେଶରୁ ଫେରୁଥିବା ଯାତ୍ରୀଙ୍କୁ ନେଇ ଅଧିକ ସତର୍କତା ଅବଲମ୍ବନ କରାଯାଉଛି । ବ୍ୟାଂକକ୍‌ରୁ ଫେରୁଥିବା ଯାତ୍ରୀମାନଙ୍କ ଉପରେ ମଧ୍ୟ ସ୍ୱତନ୍ତ୍ର ନଜର ରଖାଯାଇଛି । ଯଦି କୌଣସି ଯାତ୍ରୀଙ୍କ ନିକଟରେ ସନ୍ଦେହଜନକ ଭାବରେ ଲକ୍ଷଣ ଦେଖାଯାଏ, ତେବେ ତୁରନ୍ତ ନିର୍ଦ୍ଦିଷ୍ଟ ଗାଇଡଲାଇନ୍ ଅନୁସାରେ ପରୀକ୍ଷା କରାଯିବା ସହିତ ଚିକିତ୍ସା ବ୍ୟବସ୍ଥା ମଧ୍ୟ କରାଯିବ । “ଆମେ ସମ୍ପୂର୍ଣ୍ଣ ଭାବରେ ସଜାଗ ରହିଛୁ ଓ କେନ୍ଦ୍ରର ଗାଇଡ ଲାଇନ ଆନୁସାରେ କାର୍ଯ୍ୟ କରାଯିବ,” ବୋଲି କହିଛନ୍ତି ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking