ଭୁବନେଶ୍ୱର: ଭୀଷଣ ଗରମ ପ୍ରକୋପରୁ ମିଳିବ ଆଶ୍ୱ ସ୍ତି । ଜୁନ ସପ୍ତାହ ବେଳକୁ ରାଜ୍ୟରେ ପ୍ରକା ମୌସୁମୀ ବର୍ଷା ଆରମ୍ଭ ହୋଇପାରେ ।ବିଶେଷକରି ଉପକୂଳ ଓଡିଶାରେ ପ୍ରାକ ମୌସୁମୀ ବର୍ଷା ଯୋଗୁଁ ପାଦ ବଦଳିବ ଓ ତାପମାତ୍ରା କମିବ । ଅନ୍ୟପକ୍ଷରେ ମୌସୁମୀ ଓଡିଶାକୁ ଜୁନ ୧୦ରୁ ୧୨ ତାରିଖ ସୁଦ୍ଧା ଆସିପାରେ । ଯାହାକି ସ୍ୱାଭାବିକ କିମ୍ବା ସାମାନ୍ୟ ଆଗୁଆ ହୋଇପାରେ ବୋଲି କୃଷି ପାଣିପାଗ ବିଶାରଦ ପ୍ରପେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି । ପ୍ରଫେସର ପଶୁପାଳଙ୍କ କହିବା ଅନୁସାରେ ଆସନ୍ତା ୨୬ ତାରିଖ ବେଳକୁ ମୌସୁମୀ କେରଳ ଉପକୂଳ ଛୁଇଁପାରେ ଅନ୍ୟପକ୍ଷରେ ୨୪ରୁ ୨୫ ତାରିଖବେଳକୁ ପଶ୍ଚିମ କେନ୍ଦ୍ରୀୟ ଏବଂ ସଂଲଗ୍ନ ଦକ୍ଷିଣ ପଶ୍ଚିମବଙ୍ଗୋପ ସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ । ଏହାର ଗତି ବାଂଲାଦେଶ କିମ୍ବା କିମ୍ବା ମିଆଁମାର ଉପକୂଳ ଆଡକୁ ରହିପାରେ । ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ଜୁନ୍ ୧ କିମ୍ବା ୨ ତାରିଖବେଳକୁ ସୃଷ୍ଟି ହୋଇପାରେ କିମ୍ବା ମୌସୁମୀ ଟ୍ରଫ ରହିପାରେ । ଏହା ଓଡ଼ିଶାରେ ପ୍ରଭାବ ପକାଇବ । ମୌସୁମୀ ପାଇଁ ଅନୁକୂଳ ପାଗ ସୃଷ୍ଟି ହେବ । ରାଜ୍ୟରେ ପ୍ରାକ୍ ମୌସୁମୀ ସ୍ଥିତି ଆସିପାରେ । ଫଳରେ ଉପକୂଳରେ ତାତି କମିପାରେ । ମାତ୍ର ପଶ୍ଚିମ ଓଡ଼ିଶାରେ ମୌସୁମୀ ନ ଆସିବା ଯାଏଁ ଏଭଳି ଗରମ ସ୍ଥିତି ରହିପାରେ । ଜୁନ୍ ୧୦ରୁ ୧୨ ତାରିଖ ଭିତରେ ମୌସୁମୀ ଓଡ଼ିଶା ଛୁଇଁବା ସମ୍ଭାବନା ରହିଛି ।










