32.1 C
Bhubaneswar
Saturday, May 2, 2026
Homeଦେଶ ବିଦେଶପଶ୍ଚିମବଙ୍ଗର ୧୫ ବୁଥ୍‌ରେ ସାନି ମତଦାନ

ପଶ୍ଚିମବଙ୍ଗର ୧୫ ବୁଥ୍‌ରେ ସାନି ମତଦାନ

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗ ଭୋଟିଂ ବେଳେ ଅମିୟମିତତା ଅଭିଯୋଗ ଆସିବା ପରେ, ନିର୍ବାଚନ କମିସନ ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଡାଇମଣ୍ଡ ହାର୍ବର ଏବଂ ମଗରାହାଟର ପଶ୍ଚିମ ବିଧାନସଭା ନିର୍ବାଚନ ମଣ୍ଡଳୀର ୧୫ଟି ମତଦାନ କେନ୍ଦ୍ରରେ ସାନି ମତଦାନ କରାଯାଉଛି । ପୂର୍ବ ନିର୍ଦ୍ଦେଶରେ ସ୍ପଷ୍ଟ କରାଯାଇଥିଲା ଯେ, ମଗରାହାଟ ପଶ୍ଚିମରେ ୧୧ଟି ଏବଂ ଡାଇମଣ୍ଡ ହାର୍ବରରେ ଚାରୋଟି ବୁଥରେ ସାନି ମତଦାନ କରାଯାଉଛି । ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ଯେ, ୨୯ ଏପ୍ରିଲରେ ହୋଇଥିବା ମତଦାନ ସମୟରେ ଇଭିଏମ ଟ୍ୟାମ୍ପରିଂ ନେଇ କିଛି ଅନିୟମିତତାର ରିପୋର୍ଟ ଆଧାରରେ ନିର୍ବାଚନ କମିସନ ୧୯୫୧ ମସିହାର ଜନପ୍ରତିନିଧି ଆଇନ ଅନୁଯାୟୀ, ଏହି ବୁଥ ଗୁଡିକରେ ଭୋଟ ବାତିଲ କରିଥିଲେ । ଏହି ସମସ୍ତ କେନ୍ଦ୍ରରେ ଭୋଟଗ୍ରହଣ ସକାଳ ୭ଟାରୁ ଆରମ୍ଭ ହୋଇଛି ଏବଂ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ। ନିର୍ବାଚନ କମିସନ ଏହି ସାନି ନିର୍ବାଚନ ବିଷୟରେ ସୂଚନା ଯଥାସମ୍ଭବ ଲୋକଙ୍କ ପାଖରେ ପହଞ୍ଚାଇବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ, ଅଞ୍ଚଳରେ ଡେଙ୍ଗୁରା ପିଟି ଘୋଷଣା କରିବାକୁ ଏବଂ ସମସ୍ତ ପ୍ରାର୍ଥୀଙ୍କୁ ଲିଖିତ ସୂଚନା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking