32.1 C
Bhubaneswar
Saturday, May 2, 2026
Homeଓଡିଶାବାପାକୁ ଶିଳପୁଆରେ ଛେଚି ହତ୍ୟା କଲା ପୁଅ

ବାପାକୁ ଶିଳପୁଆରେ ଛେଚି ହତ୍ୟା କଲା ପୁଅ

ଆଠଗଡ: ମଦ୍ୟପ ପୁଅର ନୃଶଂସ କାଣ୍ଡ । ବାପାକୁ ଶିଳପୁଆରେ ଛେଚି ହତ୍ୟା କଲା ଜନ୍ମ କଲା ପୁଅ । ଆଠଗଡ ଥାନା ଅନ୍ତର୍ଗତ ବଡଭୂଇଁ ପଞ୍ଚାୟତ ଜାଗିଆପଡା ରଘୁନାଥପୁର ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଗାଁ ଲୋକେ ଅଭିଯୁକ୍ତ ପୁଅକୁ କାବୁ କରି ପୋଲିସ ଜିମା ଦେଇଛନ୍ତି । ସୂଚନା ଅନୁଯାୟୀ, ବଡଭୂଇଁ ପଞ୍ଚାୟତ ଜାଗିଆପଡା ରଘୁନାଥପୁର ଗ୍ରାମର ଭୂତି ନାଏକ ନିଶାଶକ୍ତ ଅବସ୍ଥାରେ ଘରକୁ ଆସିଥିଲେ । ବାପା ବିକଳ ନାଏକଙ୍କ ସହ ତାଙ୍କର ପାଟିତୁଣ୍ଡ ହୋଇଥିଲା । ଫଳରେ ଉତ୍ୟକ୍ତ ହୋଇ ଭୂତି ନାଏକ ମଦ ନିଶାରେ ବିକଳଙ୍କୁ ଏକ ଶିଳପୁଆରେ ଛେଚି ହତ୍ୟା କରିଥିଲା । ଗ୍ରାମବାସୀ ଅଭିଯୁକ୍ତ ପୁଅକୁ କାବୁ କରି ବିଦ୍ୟୁତ ଖୁଣ୍ଟରେ ବାନ୍ଧି ପୁଲିସକୁ ଖବର ଦେଇଥିଲେ । ଆଠଗଡ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ପୁଅକୁ ଗିରଫ କରି ତଦନ୍ତ କରୁଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking