32.8 C
Bhubaneswar
Wednesday, June 17, 2026
Homeଓଡିଶାସୌଭିକ ବିଶ୍ୱାଳଙ୍କ ଘରେ ଦିଲ୍ଲୀପ

ସୌଭିକ ବିଶ୍ୱାଳଙ୍କ ଘରେ ଦିଲ୍ଲୀପ

କଟକ : ବିଧାୟକ ସୌଭିକ ବିଶ୍ୱାଳଙ୍କ ଘରେ ଦିଲ୍ଲୀପ ରାୟ । ମହାନଦୀ ବିହାର ସ୍ଥିତ ଘରେ ବାପା ପ୍ରଭାତ ବିଶ୍ୱାଳ ଓ ସୌଭିକଙ୍କୁ ଭେଟିଲେ । ଶନିବାର ସକାଳ ୧୦ଟାରେ ସାଂସଦ ଦିଲ୍ଲୀପ ରାୟ ଚୌଦ୍ଵାର କଟକ ବିଧାୟକ ସୌଭିକ ବିଶ୍ଵାଳଙ୍କ ମହାନଦୀ ବିହାର ସ୍ଥିତ ବାସଭବନରେ ପହଞ୍ଚିଥିଲେ। ଏହି ଭେଟ୍ଘାଟ୍ରେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ସହ ପ୍ରାୟ ୨୦ମିନିଟରୁ ଉର୍ଦ୍ଧ୍ବ ସମୟ ଧରି ଗୁପ୍ତ ବୈଠକ କରିଥିଲେ। ପରେ ବିଧାୟକ ସୌଭିକ ବିଶ୍ଵାଳ ଓ ତାଙ୍କ ମାଆ ଲକ୍ଷ୍ମୀ ବିଳାସିନୀ ବିଶ୍ଵାଳ, ଝିଅଙ୍କ ସହ କଥାବାର୍ତ୍ତା କରି ଫେରିଥିଲେ ।ସେହିପରି ରବିବାର ଦିନ ପ୍ରଭାତ ବିଶ୍ଵାଳ ଚାଉଳିଆଗଞ୍ଜ ଖେଳ ପଡ଼ିଆରେ ପ୍ରାୟ ୧୫ହଜାରରୁ ଉର୍ଦ୍ଧ୍ବ ସମର୍ଥକଙ୍କୁ ନେଇ ଏକ ବନ୍ଧୁ ମିଳନର କାର୍ଯ୍ୟକ୍ରମ କରିବେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking