33.1 C
Bhubaneswar
Wednesday, April 24, 2024
Homeଓଡିଶାବସ୍ ସହ ବୋଲେରୋ ମୁହାଁମୁହିଁ ଧକ୍କା : ୪ ମୃତ, ୬ ଆହତ

ବସ୍ ସହ ବୋଲେରୋ ମୁହାଁମୁହିଁ ଧକ୍କା : ୪ ମୃତ, ୬ ଆହତ

ଅନୁଗୁଳ : ରାଜ୍ୟରେ ଦିନକୁ ଦିକ ଦୁର୍ଘଟଣା ସଂଖ୍ୟା ଦୃତ ଗତିରେ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି । ଏଥିରେ କେତେ ନୀରିହ ଜୀବନ ବଳି ପଡ଼ୁଛି ତ ଆଉ କାହାର ସଂସାର ଉଜୁଡ଼ି ଯାଉଛି। ଏମିତି ଏକ ଦୁର୍ଘଟଣା ଘଟି ୪ଜଣଙ୍କ ଜୀବନ ଚାଲିଯାଇଛି । ଘଟଣାଟି ଘଟିଛି, ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା କତଡା ଗୁରୁଣ୍ଡୁ ଗୋପାଳ ହାଇସ୍କୁଲ ନିକଟରେ । ବୋଲେରୋ ସହ ବସ୍ ଧକ୍କା ହେବାରୁ ୪ ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।
ସୂଚନା ଅନୁଯାୟୀ, ଅନୁଗୁଳ ଜିଲ୍ଲାର ଜାତୀୟ ରାଜପଥ-୫୫ରେ ଏକ ବସ୍ ଭୁବନେଶ୍ୱରରୁ ଝାରସୁଗୁଡା ଇବ୍ ଥର୍ମାଲ ଅଭିମୁଖେ ଯାଉଥିବା ବେଳେ ଛତିଶଗଡ଼ରୁ ପୁରୀ ଅଭିମୁଖେ ଆସୁଥିବା ଏକ ବୋଲେରୋ ସହ ଜରପଡ଼ା ଥାନା ଗୁରୁଣ୍ଡୁ ଗୋପାଳ ହାଇସ୍କୁଲ ନିକଟରେ ମୁହାଁମୁହଁ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ୪ ଜଣଙ୍କର ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣାରେ ୬ ଜଣ ମଧ୍ୟ ଗୁରୁତର ଭାବେ ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି ବୋଲି  ସୂଚନା ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking