32.1 C
Bhubaneswar
Tuesday, April 28, 2026
Homeଓଡିଶାପାଣ୍ଡିଆନ କିଏ କହି ଖୋଲାଖୋଲି ଚ୍ୟାଲେଞ୍ଜ କଲେ ବଦ୍ରି ପାତ୍ର

ପାଣ୍ଡିଆନ କିଏ କହି ଖୋଲାଖୋଲି ଚ୍ୟାଲେଞ୍ଜ କଲେ ବଦ୍ରି ପାତ୍ର

ଭୁବନେଶ୍ୱର: ବିଜୁ ଜନତା ଦଳରେ ପାଣ୍ଡିଆନଙ୍କୁ ନେଇ ରାଜନୈତିକ ଅସ୍ଥିରତା ଲାଗି ରହିଛି । ଗତ ସାଧାରଣ ନିର୍ବାଚନ ପରେ ଜଣକ ପରେ ଜଣେ ନେତା ଦଳର ଏଭଳି ପରିସ୍ଥିତି ପାଇଁ ପାଣ୍ଡିଆନଙ୍କୁ ହିଁ ଦାୟୀ କରିଆସୁଛନ୍ତି । ଆଉ ଏହି ତାଲିକାରେ ଯୋଡ଼ି ହୋଇଯାଇଛନ୍ତି ବଦ୍ରିନାରାୟଣ ପାତ୍ର । ପାଣ୍ଡିଆନଙ୍କ ପାଇଁ ବିଜେଡିରେ ବହୁତ କ୍ଷତି ହୋଇଛି ବୋଲି ସେ କହିଛନ୍ତି । ସବୁଠାରୁ ବଡ଼ କଥା ହେଲା ଯେ ପାଣ୍ଡିଆନ କିଏ କହି ଖୋଲାଖୋଲି ଚ୍ୟାଲେଞ୍ଜ କରିଛନ୍ତି । ଏହାଛଡ଼ା ଶ୍ରୀ ପାତ୍ର କହିଛନ୍ତି ଯେ ସେ ଦାୟିତ୍ୱ ନେବେ, ଆଉ ଆମେ ସେ ଦଳରେ ରହିବୁ ବୋଲି ଭାବିବା ଠିକ ନୁହେଁ । ଏକଥା ଯଦି ଉଠିବି ମୁଁ ପ୍ରଥମେ ବାହାରିବି । ଏବେ ଯଦି ପାଣ୍ଡିଆନଙ୍କ ପ୍ରାଦୁର୍ଭାବ ରହୁଥିବ,ତେବେ ଦଳ ସେହି ଅନୁସାରେ ଭୋଗିବ । ଆମକୁ ପାଣ୍ଡିଆନଙ୍କ କଥା ମାନିବାକୁ କିଏ କହିବ । ପାଣ୍ଡିଆନ କିଏ? ଆମ କଥା ସେ କାହିଁକି ବୁଝିବ । ଆମେ ମୂଳରୁ ପାଣ୍ଡିଆନଙ୍କୁ ପ୍ରତ୍ୟାଖାନ କରିଛୁ, ସେ କିଏ?ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଆମେ ଅଛୁ । ଯାହାର କିଛି ନାହିଁ, ସେ କାହା ଆସରା ଖୋଜିଥିବ ଆଉ ପାଣ୍ଡିଆନ ନା ନେଉଥିବ । ବିଜୁ ବାବୁଙ୍କ ନାଁକୁ ବୁଡ଼ାଇକି ଦଳ ରଖିଲେ ଆମେ ରହିପାରିବୁନି । ନିର୍ବାଚନ ବେଳେ ବିଜୁ ବାବୁଙ୍କ ଫଟୋ ଯିଏ କାଢ଼ିଛି ସିଏ ତାହାର ଫଳ ପାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking