30.1 C
Bhubaneswar
Sunday, May 24, 2026
Homeଓଡିଶାଜୁନ୍ ୨୮ରେ ଓଟିଇଟି ପରୀକ୍ଷା

ଜୁନ୍ ୨୮ରେ ଓଟିଇଟି ପରୀକ୍ଷା

କଟକ: ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (OTET) ଦେବାକୁ ଥିବା ପରୀକ୍ଷାର୍ଥୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଥିବା OTET ପରୀକ୍ଷା ତାରିଖରେ ପରିବର୍ତ୍ତନ କରାଯାଇଛି। ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ଏହି ପରୀକ୍ଷା ଜୁନ୍ ୨୧ ତାରିଖରେ ହେବାର ଥିଲା, ମାତ୍ର ଏବେ ଏହାକୁ ଘୁଞ୍ଚାଇ ଦିଆଯାଇଛି। ଆସନ୍ତା ଜୁନ୍ ୨୮ ତାରିଖରେ ଏହି ପରୀକ୍ଷା ଅନୁଷ୍ଠିତ ହେବ। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ (BSE) ପକ୍ଷରୁ ଆନୁଷ୍ଠାନିକ ଭାବେ ସୂଚନା ଦିଆଯାଇଛି। ମାଧ୍ୟମିକ ଶିକ୍ଷା ପରିଷଦର ସୂଚନା ଅନୁଯାୟୀ, ଜୁନ୍ ୨୮ ତାରିଖରେ ଦୁଇଟି ସିଟିଂରେ ପରୀକ୍ଷା କରାଯିବ।

ପ୍ରଥମ ପେପର (Paper-I): ସକାଳ ୯ଟାରୁ ଆରମ୍ଭ ହୋଇ ପୂର୍ବାହ୍ନ ୧୧ଟା ୩୦ ମିନିଟ୍ ପର୍ଯ୍ୟନ୍ତ ଚାଲିବ। ଦ୍ୱିତୀୟ ପେପର (Paper-II): ଅପରାହ୍ନ ୨ଟାରୁ ଆରମ୍ଭ ହୋଇ ସଞ୍ଜ ୪ଟା ୩୦ ମିନିଟ୍ ପର୍ଯ୍ୟନ୍ତ ଚାଲିବ। ପରୀକ୍ଷା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ଆଶାୟୀ ପ୍ରାର୍ଥୀମାନେ ଆସନ୍ତା ଜୁନ୍ ୧୭ ତାରିଖରୁ ନିଜର ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ। ବୋର୍ଡର ଅଫିସିଆଲ୍ ୱେବସାଇଟ୍‌ରେ ଏହି ଆଡମିଟ୍ କାର୍ଡ ଉପଲବ୍ଧ ହେବ। ପରୀକ୍ଷାର୍ଥୀମାନେ ୱେବସାଇଟ୍‌କୁ ଯାଇ ନିଜର ଲଗ୍‌ଇନ୍ ଆଇଡି ବ୍ୟବହାର କରି ଏହାକୁ ସହଜରେ ପାଇପାରିବେ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking