25.1 C
Bhubaneswar
Thursday, May 9, 2024
Homeଓଡିଶାମାଲକାନଗିରିରେ ନାଇଟ କର୍ଫ୍ୟୁ

ମାଲକାନଗିରିରେ ନାଇଟ କର୍ଫ୍ୟୁ

ଭୁବନେଶ୍ୱର: ମାଲକାନଗିରିରେ ନାଇଟ କର୍ଫ୍ୟୁ ଘୋଷଣା ହୋଇଛି । ମାର୍ଚ୍ଚ ୨୩ ତାରିଖରୁ ୩୧ ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଘୋଷଣା ହୋଇଛି । ଦୈନିକ ରାତି ୯ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ରହିବ । ୩୧ ତାରିଖ ରାତି ୧୧ଟା ୫୯ ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଲାଗୁ ରହିବ । ନାଇଟ କର୍ଫ୍ୟୁ ଲାଗୁ ହେବା ନେଇ ମାଲକାନଗିରି ଜିଲ୍ଲାପାଳ ଘୋଷଣା କରିଛନ୍ତି । ସର୍ବସାଧାରଣ ଜାଗାରେ ଦୋଳ, ହୋଲି ପର୍ବ ପାଳନ ମନା କରାଯାଇଛି । କୋଭିଡ ଗାଇଡଲାଇନ ମାନି ୫୦ ଜଣରେ ହେବ ଦୋଳ ମେଳଣ । ସର୍ବସାଧାରଣ ଜାଗାରେ ସର୍ବାଧିକ ୨ ଶହ ଲୋକରେ ହେବ ବଡ ଯାତ୍ରା । କୋଭିଡ ଗାଇଡଲାଇନ ମାନି ମାସ୍କ, ସାମାଜିକ ଦୂରତାରେ ବଡଯାତ୍ରା ପାଳନ ହେବ । ଦୀର୍ଘ ଦିନ ପରେ ରାଜ୍ୟରେ ପୁଣି ନାଇଟ କର୍ଫ୍ୟୁ ଫେରିଛି । ମାଲକାନଗିରିରୁ ଏହା ଆରମ୍ଭ ହୋଇଛି ।
ରାଜ୍ୟରେ ଏବେ କରୋନା ସଂକ୍ରମଣ ଧିରେ ଧିରେ ବଢିବାରେ ଲାଗିଛି । ପୁଣି କଡ ଲେଉଟାଉଛି ମହାମାରୀ କରୋନା । ଗୋଟିଏ ପଟେ କରୋନାକୁ ପୁରାପୁରି ବର୍ଷେ ହୋଇଥିବା ବେଳେ ଏହା କମିବା ବଦଳରେ ଏବେ ପୁଣି ଉପର ମୁହାଁ ହେବା ଆରମ୍ଭ କଲାଣି । ଅନ୍ୟପଟେ ଆଗକୁ ରଙ୍ଗର ପର୍ବ ହୋଲି ଆସୁଥିବାରୁ ଗହଳିକୁ ଦୃଷ୍ଟିରେ ରଖି ସର୍ବସାଧାରଣ ସ୍ଥାନରେ ହୋଲି ଖେଳ ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking