30.1 C
Bhubaneswar
Monday, May 20, 2024
Homeଓଡିଶାହଷ୍ଟେଲରେ ଦୂଷିତ ପାଣି ପାଇଁ ଚର୍ମରୋଗ ହେଉଥିବା ନେଇ ଛାତ୍ରଛାତ୍ରୀ ଙ୍କ ବିକ୍ଷୋଭ

ହଷ୍ଟେଲରେ ଦୂଷିତ ପାଣି ପାଇଁ ଚର୍ମରୋଗ ହେଉଥିବା ନେଇ ଛାତ୍ରଛାତ୍ରୀ ଙ୍କ ବିକ୍ଷୋଭ

କେନ୍ଦୁଝର: ଦୀର୍ଘ ଏକ ବର୍ଷର କରୋନା କଟକଣା ପରେ ବିଭିନ୍ନ ଶିକ୍ଷାନୁଷ୍ଠାନ ଖୋଲିଛି । ଏହି ଶିକ୍ଷାନୁଷ୍ଠାନ ଖୋଲିବା ପରେ ଛାତ୍ରଛାତ୍ରୀମାନେ ବହୁ ଖୁସିରେ ପାଠ ପଢିବାକୁ ଆସିଥିଲେ । କିନ୍ତୁ ଶିକ୍ଷାନୁଷ୍ଠାନକୁ ଆସି ହଷ୍ଟେଲରେ ରହି ବିଭିନ୍ନ ପ୍ରକାରର ସମସ୍ୟା ର ସମ୍ମୁଖୀନ ହେଉଛନ୍ତି । ଏଭଳି ଅଭିଯୋଗ ଆସିଛି କେନ୍ଦୁଝର ସହର ନିକଟରେ ଥିବା ସରକାରୀ ଯାନ୍ତ୍ରିକ ମହାବିଦ୍ୟାଳୟରେ । ଛାତ୍ର ଓ ଛାତ୍ରୀ ଙ୍କ ପାଇଁ ଭିନ୍ନ ଭିନ୍ନ ହଷ୍ଟେଲ ଥିବା ବେଳେ ଦୁଇଟି ଜାଙ୍କ ହଷ୍ଟେଲରେ ସଫା ପାଣି ଆସୁନଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ । ଯେଉଁ ପାଣି ଆସୁଛି ତାକୁ ବ୍ୟବହାର କରି ଚର୍ମରୋଗର ଶିକାର ହେଉଥିବା ମଧ୍ୟ ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀମାନେ । ଆଜି ଏନେଇ ଛାତ୍ରଛାତ୍ରୀ ମାନେ କଲେଜ ଗେଟରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଦାବି ପୂରଣ ନହେଲା ପର୍ଯ୍ୟନ୍ତ ଏଭଳି ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିବେ ବୋଲି ଚେତାବନୀ ଦେଇଥିଲେ । ପରେ କଲେଜ ଅଧ୍ୟକ୍ଷଙ୍କ ପାଣି ସମସ୍ୟାର ସମାଧାନ ନେଇ ପ୍ରତିଶ୍ରୁତି ପରେ ଆନ୍ଦୋଳନ ରୁ ଓହରି ଥିଲେ ଛାତ୍ରଛାତ୍ରୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking