29.1 C
Bhubaneswar
Sunday, May 5, 2024
Homeଓଡିଶାଶିଶିର ରଥ ନୂଆ ପିସିସିଏଫ

ଶିଶିର ରଥ ନୂଆ ପିସିସିଏଫ

ଭୁବନେଶ୍ୱର: ଆଇଏଫଏସ ଶିଶିର କୁମାର ରଥ ନୂଆ ପିସିସିଏଫ ଭାବେ ନିଯୁକ୍ତ ହୋଇଛନ୍ତି । ଶିଶିରଙ୍କ ନିଯୁକ୍ତି ନେଇ ସାଧାରଣ ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟ ସରକାରଙ୍କ ଅନୁମୋଦନ କ୍ରମେ ଶିଶିର ରଥଙ୍କୁ ପିସିସିଏଫ ଭାବେ ନିଯୁକ୍ତି ଦିଆଯାଇଛି । ଜଙ୍ଗଲ ବିଭାଗର ପୂର୍ବତନ ପିସିସିଏଫ ଶଶୀ ପଲ୍ ଙ୍କ ଅବସର ପରେ ପିସିସିଏଫ ପଦ ଖାଲି ପଡିଥିଲା । ସେହି ପଦରେ ଶିଶିର ରଥଙ୍କୁ ନିଯୁକ୍ତ କରାଯାଇଛି । ଶିଶିର କୁମାର ରଥ ହେଉଛନ୍ତି ୧୯୮୭ ବ୍ୟାଚ୍ ର ଆଇଏଫଏସ । ଜଙ୍ଗଲ ବିଭାଗର ପିସିସିଏଫ ସହ ତାଙ୍କୁ ଫରେଷ୍ଟ ଫୋର୍ସର ମୁଖ୍ୟ ଭାବେ ମଧ୍ୟ ନିଯୁକ୍ତି ଦିଆଯାଇଛି । ଶିଶିର କୁମାର ରଥ ବର୍ତ୍ତମାନ ଜଙ୍ଗଲ ବିଭାଗର ଅତିରିକ୍ତ ଡିଜି ଅଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking