40.1 C
Bhubaneswar
Thursday, April 25, 2024
Homeବିଜିନେସ୍ହ୍ୱାଟସଆପ ଆଣୁଛି ନୂଆ ଫିଚର

ହ୍ୱାଟସଆପ ଆଣୁଛି ନୂଆ ଫିଚର

ନୂଆଦିଲ୍ଲୀ: ସବୁଠୁ ଲୋକପ୍ରିୟ ଇନଷ୍ଟାଣ୍ଟ ମେସେଞ୍ଜର ହ୍ୱାଟସଆପ ଏବେ ଏକ ନୂଆ ଫିଚର୍ସ ଉପରେ କାମ କରୁଛି । ଯାହାଦ୍ୱାରା ଫେସବୁକ ଅଧିକୃତ କମ୍ପାନୀ ଖୁବଶୀଘ୍ର ଲଂଚ କରିବାକୁ ଯାଉଛି । ହ୍ୱାଟସଆପର ନୂଆ ଫିଚର୍ସ ଅପଡେଟ ରୂପରେ ଲଂଚ ହୋଇପାରେ । ଆଉ କିଛି ଫିଚର୍ସ ସଂପୂର୍ଣ୍ଣ ଭାବରେ ନୂଆ ରହିବ । ଫଳରେ ବୟବହାରକାରୀଙ୍କୁ ଚାଟିଂ ସୁବିଧା ହେବ । ହ୍ୱାଟସଆପ ଏମାନଙ୍କ ମଧ୍ୟରୁ କିଛି ଫିଚର୍ସର ବିଟା ଭର୍ସନକୁ ଆଣ୍ଡ୍ରଏଡ ଓ ଆଇଓଏସ, ଦୁଇ ପ୍ଲାଟଫର୍ମ ଉପରେ ପରୀକ୍ଷା କରୁଛି । ହ୍ୱାଟସଆପ ଯେଉଁ ନୂଆ ଫିଚର୍ସ ଉପରେ କାମ କରୁଛି, ସେମାନଙ୍କ ମଧ୍ୟରେ ମଲ୍ଟି ଡିଭାଇସ ସପୋର୍ଟ, ଏନକ୍ରିପଟେଡ ବ୍ୟାକଅପ, ଆର୍କାଇଭଡ ଚାଟସ ଓ ମେସେଜ ଡିଲିଟ ହେବା ପାଇଁ ୨୪ ଘଣ୍ଟା ସମୟ ଭଳି ନାମ ସାମିଲ ରହିଛି ।
ହ୍ୱାଟସଆପ ଡିସଆପିଅରିଂ ମେସେଜର ଅପଡେଟ ଭର୍ସନକୁ ଜଲଦି ଲଂଚ କରିବ । ଏହାକୁ ଏନେବଲ କରିବା ଦ୍ୱାରା ଆପଣଙ୍କ ଚାଟ ଲିଷ୍ଟରୁ ଆପେ ଆପେ ମେସେଜ ଡିଲିଟ ହୋଇଯିବ । ମେସେଜ ଡିଲିଟ ହେବାର ଟାଇମ ଲିମିଟ ୭ ଦିନ ଥିଲା, ଯାହାକୁ କମ କରି ୨୪ ଘଣ୍ଟା କରାଯାଉଛି । ଏହାସହିତ ହ୍ୱାଟସଆପ ଟେକ୍ସଟ ମେସେଜ ଡିଲିଟ ଭଳି ମେସେଜର ଇମେଜକୁ ବି ଡିଲିଟ କରିବା ଫିଚର ଉପରେ କାମ ଜାରି ରହିଛି ।
ହ୍ୱାଟସଆପ ଚାଟ୍ ବ୍ୟାକଅପକୁ ପ୍ରୋଟେକ୍ଟ କରିବା ପାଇଁ ନୂଆ ଫିଚର ଆଣୁଛି । ହ୍ୱାଟସଆପ ଚାଟ ଏଣ୍ଡ ଟୁ ଏଣ୍ଡ ଏନକ୍ରିପଟେଡ ହୋଇଥାଏ । ହେଲେ ଏହି ଏନକ୍ରିପ୍ଟେଡ ଚାଟକୁ ଗୁଗୁଲ ଡ୍ରାଇଭ କିମ୍ବା କ୍ଲାଉଡରେ ଷ୍ଟୋର କରାଯାଏ । ହେଲେ ଏବେ ହ୍ୱାଟସଆପ ପକ୍ଷରୁ ଚାଟ୍ ବ୍ୟାକଅପକୁ ପାସୱାର୍ଡ ଦ୍ୱାରା ପ୍ରୋଟେକ୍ଟ କରିବା ପାଇଁ ପ୍ରସ୍ତୁତି କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking