34.1 C
Bhubaneswar
Friday, March 29, 2024
Homeଓଡିଶାଅଂଶୁଘାତ ପ୍ରତି କିପରି ସାବଧାନ ରହିବେ

ଅଂଶୁଘାତ ପ୍ରତି କିପରି ସାବଧାନ ରହିବେ

ଭୁବନେଶ୍ୱର: ଅଂଶୁଘାତ  ଏକ ଉତ୍ତାପ ଜନିତ ବେମାରୀ ଯାହା ଅତ୍ୟଧିକ ଉତ୍ତାପ ଯୋଗୁ ହୁଏ ଓ ଏଥିରେ ଦେହର ଉତ୍ତାପ ୪୦.୦ ସେଲସିୟସରୁ ଅଧିକ ଥାଏ ଓ ମାନସିକ ଦ୍ୱନ୍ଦ୍ୱ ହୁଏ । ଅନ୍ୟାନ୍ୟ ଲକ୍ଷଣ ମଧ୍ୟରେ ଉଚ୍ଚ ରକ୍ତଚାପ ,ଶୁଷ୍କ ଲାଲ ଓ ଓଦା ଚମ, ମୁଣ୍ଡବଥା, ଦ୍ୱନ୍ଦ୍ୱ ଓ ମୁଣ୍ଡ ଓଜନିଆ ଆଦି ଦେଖାଯାଏ । ଏହା ହଠାତ୍ ବା ଧୀରେ ଆରମ୍ଭ ହୋଇପାରେ । ଅଧିକ ଜଟିଳ ହେଲେ ଅପସ୍ମାର ବାତ, ରାବଡୋମାୟୋଲାଇସିସ, ବୃକ୍‌କ ଫେଲ ଆଦି ଲକ୍ଷଣମାନ ଦେଖାଯାଏ ।

ଅଂଶୁଘାତ ପ୍ରତି କିପରି ସାବଧାନ ରହିବେ ସେ ନେଇ ଏସଆରସିଙ୍କ ପକ୍ଷରୁ ସୂଚନା ଜାରି କରାଯାଇଛି ।
ପ୍ରଥମରେ ଟାଣ ଖରାରେ ପଦାକୁ ବାହାରନ୍ତୁ ନାହିଁ ।
ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ ।
ଜରୁରୀ କାମରେ ବାହାରକୁ ଯିବାକୁ ହେଲେ ମୁଣ୍ଡରେ ଓଦା ଗାମୁଛା, ଛତା, ଚପଲ ଏବଂ କଳା ଚଷମା ବ୍ୟବହାର କରନ୍ତୁ ।
ବାହାରକୁ ଯିବା ସମୟରେ ପାଣି ବୋତଲ ସାଙ୍ଗରେ ନିଅନ୍ତୁ ।
ହାଲୁକା ଏବଂ ଢିଲା ପୋଷାକ ପରିଧାନ କରନ୍ତୁ ।
ମାଦକ ଦ୍ରବ୍ୟ ସେବନ କରନ୍ତୁ ନାହିଁ ।
ଜଳ ଶୁଷ୍କତାରୁ ରକ୍ଷା ପାଇବା ପାଇଁ ଅଧିକ ପାଣି, ଓଆରଏସ ଦ୍ରବଣ, ପଣା, ତୋରାଣି, ଘୋଳ ଦହି ଓ ଆଖୁରସ ପିଅନ୍ତୁ । କାକୁଡି, ତରଭୂଜ ଆଦି ଖାଆନ୍ତୁ ।
ଅଂଶୁଘାତରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଯଥାଶୀଘ୍ର ଡାକ୍ତରଖାନା ନେଇ ଚିକିତ୍ସା କରାନ୍ତୁ ।
ଗୃହପାଳିତ ପଶୁପକ୍ଷୀମାନଙ୍କୁ ଛାଇରେ ରଖନ୍ତୁ ଏବଂ ପ୍ରଚୁର ପରିମାଣରେ ପାଣି ପିଇବାକୁ ଦିଅନ୍ତୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking